ଦ୍ବାଦଶ ପାସ୍ ଛାତ୍ରଙ୍କ ପାଇଁ ଖୁସିଖବର, ଏହି ଯୋଜନାରେ ଟାଟା ମୋଟର୍ସ ଦେଉଛି ଚାକିରି….

ନୂଆଦିଲ୍ଲୀ ୨୦।୧୦: ଆଇଟିଆଇ ପଢ଼ୁଥିବା ଛାତ୍ରଙ୍କୁ ଟାଟା ମୋଟର୍ସରେ ମିଳିବ ନିଯୁକ୍ତି । ଦ୍ବାଦଶ ପାସ୍ କରିଥିବା ଏହି ଛାତ୍ରଙ୍କୁ ଏବେ ଆଇଟିଆଇରେ ଟ୍ରେନିଂ ପରେ ସିଧାସଳଖ ନିଯୁକ୍ତି ମିଳିବ। କମ୍ପାନୀ ନିଜର ଫ୍ୟାକ୍ଟ୍ରିରେ ଅସ୍ଥାୟୀ ଶ୍ରମିକଙ୍କୁ କାମରେ ରଖିବା ପରିବର୍ତ୍ତେ ଆଇଟିଆଇରୁ ଟ୍ରେନିଂ ନେଉଥିବା ଛାତ୍ରଙ୍କୁ ପ୍ରାଥମିକତା ଦେଉଛି। ଟାଟା ମୋଟର୍ସ ଆଇଟିଆଇ ଏବଂ ଦ୍ବାଦଶ ଶ୍ରେଣୀ ପଢ଼ୁଥିବା ଏହି ଛାତ୍ରଙ୍କ ନିଯୁକ୍ତି କେନ୍ଦ୍ର ସରକାରଙ୍କ କୌଶଲ୍ୟ ସ୍କିମ ଅନୁଯାୟୀ କରୁଛି। ଏହାଦ୍ବାରା ଛାତ୍ରଙ୍କୁ ପାଠପଢ଼ା ସହ ଚାକିରିର ସୁଯୋଗ ଦିଆଯିବ। ଟାଟା ମୋଟର୍ସର ଅନୁଯାୟୀ, ଏମାନଙ୍କୁ ଅତ୍ୟାଧୁନିକ ଡିଜିଟାଲ ସ୍କିଲର ଟ୍ରେନିଂ ଦିଆଯାଉଛି। ଭାରତରେ ଟାଟା ମୋଟର୍ସର ସାତଟି ଫ୍ୟାକ୍ଟ୍ରିରେ ୧୪ ହଜାର ଅସ୍ଥାୟୀ କର୍ମଚାରୀ  ଅଛନ୍ତି । ଯେଉଁଥିରେ ୮ ହଜାର ଆଇଟିଆଇ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ର ଅଛନ୍ତି । ନାସନାଲ ଆପ୍ରେଣ୍ଟିସ ପ୍ରମୋସନ ସ୍କିମ୍ ଏବଂ ନାସନାଲ ଆପ୍ରେଣ୍ଟିସ ଟେଷ୍ଟିଂ  ସ୍କିମ କିଛି ଏଭଳି  କାର୍ଯ୍ୟକ୍ରମ ରହିଛି । ଯାହାର ଉଦ୍ଦେଶ୍ୟ ବେକାରୀ କମ୍ କରିବା ରହିଛି। ଏହି ଯୋଜନା ଦ୍ବାରା ୫୫୦ ଲକ୍ଷରୁ ଅଧିକ ଏଭଳି ଗରିବ ଗ୍ରାମୀଣ ଯୁବକଙ୍କୁ ଯେଉଁମାନେ ଚାକିରି କରିବା ଯୋଗ୍ୟ, ସେମାନଙ୍କୁ ସ୍ଥାୟୀ ରୋଜଗାର ପ୍ରଦାନ କରିବାରେ ଲାଭ ହେବ।

Leave A Reply

Your email address will not be published.