ରାଣିବଡା ଗାଁରେ ହାତୀପଲଙ୍କ ଉପଦ୍ରବ: ଭାଙ୍ଗିଲେ ଘର

ତେଲକୋଇ ୨୦/୧୦: ତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଆତଙ୍କ । ବାରମ୍ବାର ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି । ୧୨ ଟିକିଆ ହାତୀପଲଙ୍କ ଉତ୍ପାତରେ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଘର ଭାଙ୍ଗିବା ସହ ଏକର ଏକର ଧାନଫସଲକୁ ନଷ୍ଟ କରୁଛନ୍ତି । କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ରାଣିବଡା ଗାଁରେ ଗତ କିଛିଦିନ ହେବ ଏଠାରେ ବ୍ୟାପକ ଉପଦ୍ରବ କରୁଛନ୍ତି । ବୁଧବାର ବିଳମ୍ବିତ ରାତିରେ ଗାଁର ପବିତ୍ର ନାୟକଙ୍କ ଏକର ଏକର ଧାନଫସଲ ଦଳିମକଚି ନଷ୍ଟ କରିବା ସହ ବସନ୍ତ ମହାନ୍ତଙ୍କର ଘର ଭାଙ୍ଗି ଧାନଚାଉଳ ଖାଇଯାଇଛନ୍ତି ହାତୀପଲ । ବସନ୍ତ ମହାନ୍ତଙ୍କ ପରିବାର ଲୋକେ ଶୋଇଥିବା ବେଳେ ହାତୀପଲ ଘରର କାନ୍ଥ ଭାଙ୍ଗିଥିଲେ । ଫଳରେ ଭୟରେ ପରିବାର ଲୋକେ ଘରୁ ବାହାରି ଦୌଡ଼ି ପଳାଇ ଯାଇଥିଲେ । ସାହି ଲୋକଙ୍କ ସାହାଯ୍ୟରେ ହାତୀପଲଙ୍କୁ ଘଉଡାଇଥିଲେ ବସନ୍ତ ।

Leave A Reply

Your email address will not be published.