ସମ୍ଭାବ୍ୟ ବାତ୍ୟା ନେଇ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଜାରି, ସମସ୍ତଙ୍କୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର ୨୦।୧୦ : ବାତ୍ୟା ବନ୍ୟା ସମୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟ, ଜିଲ୍ଲାପାଳ ତଥା ପୌର ପ୍ରଶାସନକୁ ଏଥିପାଇଁ ଆଗୁଆ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସମ୍ଭାବ୍ୟ ପରିସ୍ଥିତି ପାଇଁ ରାଜ୍ୟସ୍ତରରେ ଷ୍ଟେଟ୍ ରାପିଡ୍ ରେସପନ୍ସ ଟିମ୍ ପ୍ରସ୍ତୁତ ରହିବା ସହ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ l ପାଣିପାଗ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରିବେ ଏସ୍ଆରସି, ଓସଡମା I ଜିଲ୍ଲା ଓ ସବ୍ ଡିଭିଜନ୍ ସ୍ତରରେ ପ୍ରସ୍ତୁତି କରାଯାଇ ଆବଶ୍ୟକ ସାମଗ୍ରୀ ଯୋଗାଣ ହେବ I ଆବଶ୍ୟକ ହେଲେ ଅତିରିକ୍ତ ମାନବ ସମ୍ବଳ ନିଯୁକ୍ତ ହେବେ l ଖାସ୍‌ କରି ଜିଲ୍ଲାସ୍ତରରେ ବନ୍ୟା ଓ ବାତ୍ୟା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ l ଜରୁରୀକାଳୀନ ବିଭାଗ ସହ ଜିଲ୍ଲା ପ୍ରଶାସନ ସମନ୍ୱୟ ରକ୍ଷା କରି ପଦକ୍ଷେପ ନେବ I ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ l ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ୨୪ ଘଣ୍ଟିଆ ଜଳ ଓ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯିବ I ଅନ୍ୟ ଚିକିତ୍ସା ସାମଗ୍ରୀ ମହଜୁଦ ରଖିବା ଜରୁରୀ I ବନ୍ୟାଞ୍ଚଳରୁ ରୋଗୀଙ୍କୁ ଉଦ୍ଧାର କରିବା ପାଇଁ ମେଡିକାଲ ଟିମ୍ ମୁତୟନ ହେବେ ।

Leave A Reply

Your email address will not be published.