ମିଆଁମାର ଜେଲ ବିସ୍ଫୋରଣ ଓ ଗୁଳିକାଣ୍ଡ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ୧୩ ଆହତ

ୟେଙ୍ଗୁନ ୨୦।୧୦: ମିଆଁମାର ସବୁଠୁ ବଡ଼ କାରାଗାର ଇନସେନ୍ ଜେଲରେ ବୁଧବାର ହୋଇଥିବା ବିସ୍ଫୋରଣ ଓ ଗୁଳିକାଣ୍ଡ ମୃତକଙ୍କ ସଂଖ୍ୟା ଗୁରୁବାର ୮କୁ ପହଞ୍ଚିଛି। ଏଥିରେ ୧୩ ଜଣ ଆହତ ହୋଇଛନ୍ତି, ଆହତମାନଙ୍କୁ ନିକଟସ୍ଥ ଦୋକାନମାନଙ୍କରେ ଚିକିତ୍ସା କରାଯାଉଛି। ନ୍ୟୁଜ ପୋର୍ଟାଲ ମିଆଁମାପ ନାଓ ଏବଂ ଇରାବଦୀ ନ୍ୟୁଜ ଅନୁସାରେ ବୁଧବାର ଜେଲ ପାର୍ସଲ କାଉଣ୍ଟରରେ ଦୁଇଟି ବିସ୍ଫୋରଣ ସହ ଗୁଳି ଚାଲିବାର ଶବ୍ଦ ଶୁଣାଯାଇଥିଲା। ଏଥିରେ ଜେଲର ୩ ଅଧିକାରୀ ଓ ୫ ଆଗନ୍ତୁକଙ୍କ ମୃତ୍ୟୁ ହୋଇଥିଲା। ବିସ୍ଫୋରଣର କାରଣ କଣ ଏବେବି ସ୍ପଷ୍ଟ ହୋଇ ନାହିଁ। ତେବେ ବିସ୍ଫୋରଣ ଶବ୍ଦରେ ଜେଲ ସୁରକ୍ଷାରେ ଥିବା ସୈନିକମାନେ ମଧ୍ୟ ଗୁଳି ଚଳାଇଥିଲେ। ଆହତ ଜେଲ କର୍ମଚାରୀମାନଙ୍କୁ ସେଠାରୁ କାଢି ନିଆଯାଇଛି। ତେବେ ଗୁରୁତର ଆହତ ଲୋକଙ୍କୁ ନିକଟସ୍ଥ ଦୋକାନରେ ରଖି ଚିକିତ୍ସା କରାଯାଉଛି। ଉଲ୍ଲେଖ ଯୋଗ୍ୟ ଯେ ଇନସେନ୍‌ ଜେଲ ଦେଶର ସବୁଠୁ କୁଖ୍ୟାତ ଜେଲ। ଦେଶରେ ଗତବର୍ଷ ସେନା ବିଦ୍ରୋହ ପରେ ରାଜନୈତିକ ବନ୍ଦୀଙ୍କୁ ଏହି ଜେଲକୁ ରଖା ଯାଇଛି।  

Leave A Reply

Your email address will not be published.