ଟିମ୍ ଇଣ୍ଡିଆ ସହ ଭେଦଭାବ ପରେ ଭଡକିଲେ ସେହଓ୍ୱାଗ୍

ନୂଆଦିଲ୍ଲୀ ୨୫/୧୦: ଟି-୨୦ ବିଶ୍ୱକପ ୨୦୨୨ରେ ପ୍ରଥମ ବିଜୟ ପରେ ଫୁଲ୍ ଜୋଶ୍‌ରେ ଟିମ୍ ଇଣ୍ଡିଆ । ଖେଳାଳିଙ୍କ ମଧ୍ୟରେ ବଢିଯାଇଛି ମନୋବଳ । କିନ୍ତୁ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦେଖିବାକୁ ମିଳିଛି ବିବାଦ ।ସିଡନୀରେ ପ୍ରାକ୍ଟିସ ସମୟରେ ଭାରତୀୟ ଖେଳାଳିଙ୍କୁ ନାଁ ଭଲ ଖାଇବା ଦିଆଯାଇଥିଲା ନାଁ ପ୍ରାକ୍ଟିସ ପାଇଁ ମିଳିଥିଲା ପଡିଆ । ଯେଉଁ ପଡିଆରେ ପ୍ରାକ୍ଟିସ୍ କରିବାକୁ ଅନୁମତି ମିଳିଥିଲା ତା ଥିଲା ବହୁ ଦୂରରେ । ଅର୍ଥାତ୍ ଖେଳାଳି ରହୁଥିବା ହୋଟେଲ ଠାରୁ ୪୨ କିଲୋମିଟର ଦୂରରେ । ଏସବୁକୁ ଅସନ୍ତୋଷ ଜାହିର କରିଥିଲେ ମ୍ୟାନେଜମେଣ୍ଟ । ଏପରିକି ବିସିସିଆଇ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଥିଲା । ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ତମ୍ୱିତୋଫାନ । ଏପରିକି ପୂର୍ବତନ ଖେଳାଳି ମାନେ ଘଟଣାକୁ ନେଇ ଭଡକିଛନ୍ତି । ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହଓ୍ୱାଗ ପ୍ରତିକ୍ରିୟା ରଖିଛନ୍ତି । ଟ୍ୱିଟ କରି ସେ କହିଛନ୍ତି ସେ ଦିନ ଗଲାଣି ଯେତେବେଳେ ପଶ୍ଚିମ ଦେଶଗୁଡିକୁ ସବୁ ସୁବିଧା ସୁଯୋଗ ମିଳୁଥିଲା । ଏବେ ଏସବୁଥିରେ ବହୁ ଆଗରେ ଭାରତ । ଯଦି ଆତିଥ୍ୟତା ଶିଖିବାର ଅଛି ତେବେ ଭାରତଠୁ କିଛି ଶିଖ ।

Leave A Reply

Your email address will not be published.