ଫିଲ୍ମ ‘ଗୋଲ୍ଡଫିଶ୍‌’ ର କାହାଣୀକୁ ନିଜ ବାସ୍ତବ ଜୀବନ ସହ ଯୋଡିଲେ ଅଭିନେତ୍ରୀ କଲକି 

ମୁମ୍ଵାଇ ୨୭।୧୦: ନିଜର ଫିଲ୍ମ ଓ ବାସ୍ତବ ଜୀବନ ମଧ୍ୟରେ ସର୍ବଦା ଏକ ଅଜବ ସାମଞ୍ଜସ୍ୟ ରହିଛି ବୋଲି କହନ୍ତି କଲ୍‌କି କଚେନ୍‌ । ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଗୋଲ୍ଡଫିଶ୍‌’ ବୟସ ବୃଦ୍ଧି ଓ ପରିଚୟର ବିଷୟ ଉପରେ ପର୍ଯ୍ୟବସିତ । ଏହି ଫିଲ୍ମରେ କଲ୍‌କି ଜଣେ ଅଧା-ଇଂରାଜୀ ଓ ଅଧା ଭାରତୀୟ ମହିଳା ଭୂମିକା ନିର୍ବାହ କରିଛନ୍ତି । ତାଙ୍କ ଚରିତ୍ରର ନାମ ଅନାମିକା । ଏକାକୀ ରହୁଥିବା ମା’ ସାଧନା(ଦୀପ୍ତି ନାଭାଲ)ଙ୍କ ଡିମେନ୍‌ସିୟା ରୋଗ ସହ ଲଢ଼ିବାକୁ ସେ ବ୍ରିଟେନରୁ ଘରକୁ ଫେରିଛନ୍ତି । ଏହି ସମୟରେ ନିଜ ସମସ୍ୟା ବହୁଳ ପିଲାଦିନର ସ୍ମୃତି ତାଙ୍କର ମନେପଡ଼ିଛି । ସେ ଫିଲ୍ମର କାହାଣୀକୁ ନିଜ ବାସ୍ତବ ଜୀବନ ସହ ଯୋଡ଼ିଥିଲେ । ତାଙ୍କ ମା’ବାପା ମଧ୍ୟ ବୟସ ଜନିତ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ସେ କହିଛନ୍ତି, ଯେଉଁ ଫିଲ୍ମରେ ସେ ଅଭିନୟ କରନ୍ତି, ନିଜ ବାସ୍ତବ ଜୀବନ ସହ ତା’ର ଏକ ଅଦ୍ଭୁତ ସାମଞ୍ଜସ୍ୟ ରହିଥିବା ଅନୁଭବ କରନ୍ତି । ପୁଶାନ କ୍ରିପଲାନିଙ୍କ ନିର୍ଦ୍ଦେଶିତ ‘ଗୋଲ୍ଡଫିଶ୍‌’ରେ କାମ କରିବା କଲ୍‌କିଙ୍କ ପାଇଁ ଏକ ଭାବପୂର୍ଣ୍ଣ ଅନୁଭୂତି । ପିଲାଦିନେ ମା’ଙ୍କ ସହ ତାଙ୍କ ସମୀକରଣକୁ ସେ ଫିଲ୍ମ ଜରିଆରେ ମନେପକାଇଛନ୍ତି । ପିଲାଦିନେ ମା’ଙ୍କ ସହ ନିଜ ଜଟିଳତା ମଧ୍ୟ ମନେପକାଇଛନ୍ତି । ସେ ଜଣେ ସିଙ୍ଗଲ୍‌ ମଦର୍‌ ଏବଂ ତାଙ୍କ ବାପା ସେମାନଙ୍କୁ ଛାଡ଼ି ଚାଲିଯାଇଥିଲେ ।

Leave A Reply

Your email address will not be published.