ଜାମ୍ମୁ-କାଶ୍ମୀରରେ ନିଆଁ ଲାଗି ଜଳିଗଲା ୧୫ ଘର

ଶ୍ରୀନଗର: ମଝି ରାତିରେ ଲାଗିଲା ନିଆଁ। ହୁତ୍ ହୁତ୍ ହୋଇ ଜଳି ପାଉଁଶ ହୋଇଗଲା ଭୂସ୍ୱର୍ଗ କାଶ୍ମୀରର ୧୫ ଘର। ଜାମ୍ମୁ-କାଶ୍ମୀର କିଶତୱାର ଜିଲ୍ଲା ପଦ୍ଦାର ତହସିଲ ଅଧିନସ୍ତ ଚାଗ-ଗାନ୍ଧୀରି ଅଞ୍ଚଳରେ ୧୫ ଟି ଘର ନିଆଁ ଲାଗି ପୋଡ଼ିଯାଇଛି।
ଗୁରୁବାର-ଶୁକ୍ରବାର ମଧ୍ୟ ରାତ୍ରିରେ ନିଆଁ ଲାଗିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ନିଆଁଲିଭା କାମ ଆରମ୍ଭ କରିଥିଲା। ସେନା କର୍ମୀଙ୍କ ସହ ମିଶି ସ୍ଥାନୀୟ ଲୋକମାନେ ବି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଏହି ଘଟଣାରେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି। ତେବେ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ପୂର୍ବରୁ ସେନା କର୍ମୀ ପହଞ୍ଚିବା ପୂର୍ବରୁ ନିଆଁ ୧୫ ଟି ଘରକୁ ବ୍ୟାପି ସାରିଥିଲା। ଏହି ଘଟଣାରେ ୨୩ଟି ପରିବାର ଧନସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ସୌଭାଗ୍ୟ ବଶତଃ ଘଟଣାରେ କାହାରି ଜୀବନ ଯାଇନି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ ବୋଲି ସେନା ପଶକ୍ଷରୁ ସୂଚନା ମିଳିଛି।  

Leave A Reply

Your email address will not be published.