ଜି-20 ବୈଠକରେ ହେବ ମୋଦୀ-ସୁନକଙ୍କ ସାକ୍ଷାତକାର

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ବଧେଇ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଫୋନ୍ କଲରେ ବୈଠକ ସ୍ଥିର ହୋଇଛି। ଇଣ୍ଡୋନେସିଆର ବାଲିରେ ହେବାକୁ ଥିବା ଜି-20 ନେତାଙ୍କ ବୈଠକରେ ସୁନକ ଓ ମୋଦୀଙ୍କ ବୈଠକ ସ୍ଥିର କରାଯାଇଛି।ନଭେମ୍ବର ମାସରେ ଏହି ବୈଠକ ହେବ ବୋଲି ସୂଚନା ମିଳିଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବାସଭବନ 10 ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ ଏନେଇ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି “ ବିଶ୍ୱ ଅର୍ଥନୀତିର ଉନ୍ନତି ଆଣିବା ପାଇଁ ଦୁଇ ମହାନ ଗଣତନ୍ତ୍ରିକ ରାଷ୍ଟ୍ରର ନେତା ମିଶି କାମ କରିବେବୋଲି ସହମତି ପ୍ରକାଶ କରିଛନ୍ତି। ଏବଂ ଉଭୟ ନେତାଙ୍କର ଇଣ୍ଡୋନେସିଆରେ ହେବାକୁ ଥିବା ଜି-20 ବୈଠକରେ ସାକ୍ଷାତ ହେବା ନେଇ ନିଷ୍ପତ୍ତି ହୋଇଛି।” ଏହା ପୂର୍ବରୁ ଗୁରୁବାର ବ୍ରିଟେନ୍ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ସୁନକଙ୍କୁ ଫୋନ୍ କରି ବଧେଇ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହାପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ବ୍ୟବସ୍ଥାକୁ ନେଇ ଆଲୋଚନା କରିଥିଲେ। ମୁକ୍ତ ବ୍ୟବସୟ ଚୁକ୍ତି(FTA)କୁ ନେଇ ଯେତେଶୀଘ୍ର ସମାଧାନ ବାହାରିବ ସେତେ ଭଲ ବୋଲି ମୋଦୀ କହିଥିଲେ।

Leave A Reply

Your email address will not be published.