ଚାକିରିରୁ ଛଟେଇ ପୂର୍ବରୁ ମସ୍କଙ୍କୁ ଦେବାକୁ ପଡ଼ିବ ମୂଲ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଟ୍ୱିଟରକୁ କିଣିବା ପରେ ଟେସଲା ସିଇଓ ଏଲନ ମସ୍କ ବଡ଼ ପଦକ୍ଷେପ ନେଇଛନ୍ତି। କମ୍ପାନୀର ସିଇଓ ପରାଗ ଅଗରୱାଲଙ୍କ ସମେତ ବଡ଼ ବଡ଼ ପଦାଧିକାରୀଙ୍କ ଛଟେଇ କରିଛନ୍ତି ମସ୍କ। ଯଦିଓ ଏନେଇ ଟ୍ୱିଟର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ତେବେ ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ତେବେ ପରାଗଙ୍କୁ ଚାକିରିରୁ ବିଦା କରିବା ମସ୍କଙ୍କ ପାଇଁ ମାଗଣା ହେବନି। ଏଥିପାଇଁ ତାଙ୍କୁ ମୋଟ ଅଙ୍କର ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ। ନିୟମ ଅନୁସାରେ, କୌଣସି ବ୍ୟକ୍ତି କମ୍ପାନୀର ସିଇଓ ହେବା ମାତ୍ରେ ତାଙ୍କୁ ଦରମା ବ୍ୟତୀତ କମ୍ପାନୀର କିଛି ଶେୟାର ବି ଦିଆଯାଇଥାଏ। ସେହି ଦୃଷ୍ଟିରୁ ଟ୍ୱିଟରର କିଛି ଶେୟାର ପରାଗଙ୍କ ପାଖରେ ରହିଛି। ଏମିତି ସ୍ଥିତିରେ ଯଦି ମସ୍କ ତାଙ୍କୁ ଚାକିରିରୁ ବିଦା କରୁଛନ୍ତି ତେବେ କମ୍ପାନୀରେ ଥିବା ତାଙ୍କ ଶେୟାର ମୂଲ୍ୟ କମ୍ପାନୀକୁ ଦେବାକୁ ପଡ଼ିବ।
ଖବର ସରବରାହ ସଂସ୍ଥା ରୟଟର୍ସର ସୂଚନା ଅନୁସାରେ, ପରାଗଙ୍କୁ ଛଟେଇ କରିବା ପରେ ମସ୍କ ତାଙ୍କୁ ୨୪ ମିଲିୟନ ଡଲାର ଶେୟାର ମୂଲ୍ୟ ଦେବେ। ଭାରତୀୟ ଯାହାର ମୂଲ୍ୟ ୩୪୬ କୋଟି ହେବ। ପରାଗ ଅଗରୱାଲଙ୍କ ବ୍ୟତୀତ ଟ୍ୱିଟର ଲିଗାଲ ପିଲିସ ଓ ଟ୍ରଷ୍ଟକ ମୁଖ୍ୟ ବିଜୟ ଗଡ୍ଡେ, ଚିଫ୍ ଫାଇନାନ୍ସିଆଲ୍ ଅଫିସର ନେଡ ସେଗଲ ଓ 2012ରୁ ଟ୍ୱିଟର ଜେନେରାଲ କାଉନସିଲର ଥିବା ସୀନ ଏଡଗେଟଙ୍କୁ ବି ଚାକିରିରୁ ବିହିସ୍କାର କରାଯାଇଛି। 

Leave A Reply

Your email address will not be published.