ଆଜିଠୁ ୧୧୫ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଦୀପାବଳି ପରେ ଜନତାଙ୍କୁ ଆଶ୍ଵସ୍ତି। କମିଲା ଏଲପିଜି ସିଲିଣ୍ଡର ଦାମ। ନଭେମ୍ବର ୧ରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ୧୧୫ ଟଙ୍କା ଶସ୍ତା ହୋଇଛି। ବ୍ୟବସାୟିକ ସିଲିଣ୍ଡରରେ ହିଁ ଏହି ହ୍ରାସ ଘଟିଛି। ଉଲ୍ଲେଖନୀୟ ଘରୋଇ ସିଲିଣ୍ଡରର ଦାମ ଗତ ଜୁଲାଇ ୬ ପରଠୁ କୌଣସି ପରିବର୍ତ୍ତନ ଘଟିନଥିଲା। ଆଇଓସିଏଲ ଅନୁଯାୟୀ, ନଭେମ୍ବର ୧ରୁ ଦିଲ୍ଲୀରେ ଇଣ୍ଡେନର ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୧୫.୫ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା, ଚେନ୍ନାଇରେ ୧୧୬.୫ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଅକ୍ଟୋବର ୧ର ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା। ତେବେ ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ପୁରୁଣା ଦାମରେ ମିଳିବ।

Leave A Reply

Your email address will not be published.