ଲଞ୍ଚ୍ ହେବ ଆର୍‌ବିଆଇର ଡିଜିଟାଲ ରୁପି, ହୋଲ୍‌ସେଲ ବର୍ଗରେ ହେବ ପାଇଲଟ୍‌ ପରୀକ୍ଷଣ

ନୂଆଦିଲ୍ଲୀ,୦୧/୧୧: କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସି(ସିବିଡିସି)କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ତତ୍ପରତା ପ୍ରକାଶ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ହୋଲ୍‌ସେଲ ସେଗମେଣ୍ଟରେ ଡିଜିଟାଲ ମୁଦ୍ରା ବା ଇ-ରୁପିର ପ୍ରଥମ ପାଇଲଟ୍‌ ପରୀକ୍ଷଣ ମଙ୍ଗଳବାରରୁ ଆରମ୍ଭ ହେଉଛି । ସ୍ୱତନ୍ତ୍ର ବ୍ୟବହାର ପାଇଁ ଏହାକୁ ଉପଯୋଗ କରାଯିବ ବୋଲି ଜଣାପଡ଼ିଛି । ଏହି କରେନ୍ସିର ନାଁ ରହିଛି ସିବିଡିସି-ହୋଲ୍‌ସେଲ୍‌ ବା ‘ଇ ରୁପି-ଡବ୍ଲ୍ୟୁ’ । ତଥ୍ୟ ଅନୁସାରେ, ପାଇଲଟ୍‌ ପରୀକ୍ଷଣରେ ସେକେଣ୍ଡାରୀ ମାର୍କେଟ ସେଟେଲମେଣ୍ଟ ପାଇଁ ଡିଜିଟାଲ ମୁଦ୍ରାକୁ ସରକାରୀ ସିକ୍ୟୁରିଟିଜ୍‌ ଟ୍ରାଞ୍ଜାକ୍‌ସନ ଲାଗି ବ୍ୟବହାର କରାଯିବ । ଅକ୍ଟୋବର ୩୧ରେ ଆରବିଆଇ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି । ପାଇଲଟ୍‌ ପରୀକ୍ଷଣରେ ୯ଟି ପ୍ରମୁଖ ବ୍ୟାଙ୍କ ଅଂଶଗ୍ରହଣ କରିବେ । ବ୍ୟାଙ୍କଗୁଡ଼ିକ ହେଲା, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ୟେସ୍‌ ବ୍ୟାଙ୍କ, ଆଇଡିଏଫ୍‌ସି ଫାର୍ଷ୍ଟ ବ୍ୟାଙ୍କ ଏବଂ ଏଚଏସ୍‌ବିସି ।

Leave A Reply

Your email address will not be published.