ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୋରବି ହସ୍ପିଟାଲ୍‌ରେ ରାତିସାରା ଚାଲିଲା ରଙ୍ଗବୋଳା କାମ

ମୋରବି: ଗୁଜରାଟର ମୋରବିରେ ଝୁଲା ପୋଲ ଛିଣ୍ଡିଯିବାରୁ ୧୩୪ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମୋରବିର ସିଭିଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆଉ ଏହି ହସ୍ପିଟାଲ୍‌ ଗସ୍ତ କରି ଆଜି ଆହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ମଧ୍ୟରେ ହସ୍ପିଟାଲ୍‌କୁ ଚହଟ ଚିକ୍କଣ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରଙ୍ଗ ବୋଳା କାମ ଚାଲିଛି। ବିଳମ୍ବିତ ରାତିରେ ଚାଲିଥିବା କାମର ଫଟୋ ସାମାଜିକ ଗଣମାଧ୍ୟମରେ ଜାରି କରି ବିଜେପିକୁ ଜୋରଦାର ଆକ୍ରମଣ କରିଛି କଂଗ୍ରେସ। ଆମ୍ ଆଦମୀ ପାର୍ଟି ମଧ୍ୟ ଫଟୋସୁଟ୍ ପାଇଁ ଏମିତି କାମ ଚାଲିଥିବା କହିଛି। ଗୁଜରାଟର ମୋରବିର ସିଭିଲ ହସ୍ପିଟାଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ପୂର୍ବରୁ ରାତି ସାରା ହସ୍ପିଟାଲ୍‌ରେ ରଙ୍ଗବୋଳା କାମ ଚାଲିଛି। ଏହି ହସ୍ପିଟାଲ୍‌ରେ କେବଳ ମୋରବି ଝୁଲାପୋଲ ଘଟଣାର ଆହତମାନଙ୍କୁ ଭର୍ତ୍ତି କରାଯାଇଛି। କଂଗ୍ରେସ ଏବଂ ଆପ୍ ସିଭିଲ୍ ହସ୍ପିଟାଲର ଜରାଜୀର୍ଣ୍ଣ ଫଟୋ ସେୟାର କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଫଟୋ ସୁଟ୍ ପାଇଁ ଏମିତି ପ୍ରସ୍ତୁତି ଚାଲିଛି।

Leave A Reply

Your email address will not be published.