ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଳଡିହା ଅଭୟାରଣ୍ୟ

ନୀଳଗିରି ୦୧।୧୧ : ମଙ୍ଗଳବାରଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଳଡିହା ଅଭୟାରଣ୍ୟ । ଏନେଇ ବନ ବିଭାଗର ବ୍ୟାପକ ପ୍ରାକ ପ୍ରସ୍ତୁତି କରିସାରିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି କୁଳଡିହା ଅଭୟାରଣ୍ୟ ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଅଟେ। ତେବେ ଏଠି ଦେଶୀ ବିଦେଶୀ ପକ୍ଷୀ ସମେତ ସମ୍ବର,ଗୁରାଣ୍ଡି, କୁଟାରୀ, ହରିଣ, ମହିସି, ବାଘ, ଭାଲୁ,ହାତୀ ସମେତ ବହୁ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି। ଚଳିତ ବର୍ଷ ନୀଳଗାଈ ମୁଖ୍ୟ ଆକର୍ଷଣ ପାଲଟିବ। ପ୍ରଥମଥର ପାଇଁ ଏହା କୂଳଡିହା ଭିତରେ ଦେଖିବାକୁ ମିଳିଛି। ପ୍ରତ୍ୟେକ ବର୍ଷଭଳି ଆଜିଠାରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଅଭୟାରଣ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ। ଗୋହିରାଭୋଳ ନେଚର୍ସକ୍ୟାମ୍ପ ରେ ରାତ୍ରି ରହଣି ପାଇଁ ତମ୍ବୁଘରର ଵ୍ୟଵସ୍ଥା କରାଯାଇ ଥିବା ବେଳେ ବୋଟିଂର ଵ୍ୟଵସ୍ଥା କରାଯାଇଛି।

Leave A Reply

Your email address will not be published.