ପିପିଲିରେ ଗୋଟିକିଆ ହାତୀର ଉତ୍ପାତ, ଭୟଭୀତ ଲୋକେ

ପିପିଲି ୦୧।୧୧ : ପିପିଲରେ ହାତୀ ଆତଙ୍କ । ପିପିଲି ବଜାର ସମତେ ଏନ୍‌ଏସି  ଓ ପାଖାପାଖ ଅଞ୍ଚଳରେ ହାତୀର ଉତ୍ପାତ ଦେଖାଦେଇଛି । ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖବର ଅନୁଯାୟୀ, ପିପିଲି ଧାନପୁର କେନାଲ ବନ୍ଦରେ ହାତୀକୁ ଦେଖିବାକୁ ଯାଇଥିଲେ । ପିପିଲି ବଜ଼ାର ଠାରୁ ମାତ୍ର କିଛି ମିଟର ଦୂରରେ ହାତୀ ଥିବାରୁ ଆତଙ୍କିତ ହୋଇପଡିଛନ୍ତି ଲୋକେ । ହାତୀକୁ ଘଉଡାଇବା ପାଇଁ ବନବିଭାଗର କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି । ତେବେ ତିନି ବର୍ଷ ପୂର୍ବେ ଏହି ଭଳି ହାତୀ ଆସି ପିପିଲିରେ ୪ ଜଣଙ୍କୁ ଦଳି ଦେଇ ଜୀବନ ନେଇଥିଲା । ଏବେ ଏହି ହାତୀକୁ ଘଉଡ଼ାଇବାକୁ କଣ ପଦକ୍ଷେପ ନେଉଛି ପ୍ରଶାସନ ତାହା ଦେଖିବାକୁ  ରହିଲା ।

Leave A Reply

Your email address will not be published.