ସାହି ଭିତରେ ଖଣ୍ଡାଧରି ବୁଲିଲେ ଯୁବକ

ଚୌଦ୍ୱାର ୦୪/୧୧: ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ସାହି ଭିତରେ ଖଣ୍ଡାଧରି ଭୟଭୀତ କରାଇ ହାଣିବାକୁ ଧମକ ଦେଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଚୌଦ୍ଵାର ସ୍ଥିତ ସୁଲତାନ ନଗର ଅଞ୍ଚଳରେ । ସୂଚନା ମୁତାବକ ଚୌଦ୍ଵାର ସୁଲତାନ ସାହିର ପପୁ ନାମକ ଜଣେ ଯୁବକ ମଦ୍ୟପାନ କରି ଆସି ଗୋଟିଏ ପରିବାରକୁ ଖଣ୍ଡା ଧରି ହାଣିବାକୁ ଗୋଡ଼ାଇ ଥିଲେ । ଭୟଭୀତ ହୋଇ ପରିବାର ଓ ସହିପଡ଼ିଶା ମାନେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖି ଘର କବାଟ ଝରକା ଦେଇଦେଇଥିଲେ । ଏହା ପରେ ଭି ଯୁବକଙ୍କ ଉପଦ୍ରବ କମିନଥିଲା । ବାହାରେ ଥିବା ବାଇକ ଓ ଲାଗିଥିବା ଇଲେକ୍ଟ୍ରୀ ମିଟରକୁ ଖଣ୍ଡା ଚୋଟରେ ଖଣ୍ଡ ଖଣ୍ଡ କରିଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବାରୁ ଯୁବକ ଜଣକ ନିଜ ବୁଲେଟ ଛାଡ଼ି ଚମ୍ପଟ ମାରିଥିଲେ । ଚୌଦ୍ଵାର ସୁଲତାନ ସାହିର ପପୁର ସହଯୋଗୀ ଆସି ଘଟଣାକୁ ରଫା ଦଫା କରିବାକୁ ଉଦ୍ୟମ କରିଥିଲେ ନଚେତ୍ ପୋଲିସକୁ କହି ମିଛ କେସ୍‌ରେ ଫସାଇ ଦେବାକୁ ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ସୁଲତାନ ନଗରରେ ତୀବ୍ର ଉତେଜନା ଲାଗି ରହିଛି ।

Leave A Reply

Your email address will not be published.