ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡ ମୃତ

ଅନୁଗୁଳ ୦୪/୧୧: ଅନୁଗୁଳ ନାଲକୋ ନିକଟସ୍ଥ କୁଲାଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତ ବ୍ୟକ୍ତି ହେଲେ ଶରତ ଘଡେଇ । ସେ ଅନୁଗୁଳରେ ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ହାତୀ ଘଉଡାଇବା ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ ମାରିଦେଇଛି । ତାଙ୍କ ଘର ତାଳଚେର ଥାନା ଅନ୍ତର୍ଗତ ଜନ୍ଦାବହାଳ ବୋଲି ଜଣାପଡିଛି । ଶରତଙ୍କ ମୃତଦେହ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ରହିଛି । ଶରତଙ୍କ ପରିବାରଙ୍କୁ ସମସ୍ତ କ୍ଷତିପୂରଣ ଏବଂ ଜଣଙ୍କୁ ଚାକିରୀ ଦାବି କରି ପରିବାର ଲୋକ ମୃତଦେହକୁ ଜଗି ବସିଛନ୍ତି। ଅନୁଗୁଳ ଜିଲ୍ଲାର ସମସ୍ତ ହାତୀ ଖୁଆଡ଼ରେ କାମ କରୁଥିବା କର୍ମଚାରୀ ମଧ୍ୟ ଶରତଙ୍କୁ ନ୍ୟାୟ ଦେବା ପାଇଁ ଦାବି ହୋଇଛି । ନଚେତ ସମସ୍ତେ ଆନ୍ଦୋଳନ କରିବେ ବୋଲି ପ୍ରତିକ୍ରିୟା ମିଳୁଛି । ତେବେ ହାତୀ ମାରିଲେ ଯେପରି ୪ ଲକ୍ଷ ଟଙ୍କା ସମସ୍ତଙ୍କୁ ମିଳୁଛି ସେତିକି ଦେବା ପାଇଁ ବନ ବିଭାଗ କହୁଥିବା ବେଳେ, ସେ ସାଧାରଣ ଲୋକ ନୁହଁନ୍ତି, କାର୍ଯ୍ୟରତ କର୍ମଚାରୀ । ତେଣୁ ସମସ୍ତ ସରକାରୀ ସାହାଯ୍ୟ ମିଳିବା ଦରକାର ନଚେତ ହାତୀ ଖୁଆଡ଼ରେ କାର୍ଯ୍ୟରତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏବେ ବି ସେହି ଅଞ୍ଚଳରେ ୨୦ଟି ହାତୀ ବୁଲୁଥିବା କହୁଛି ବନ ବିଭାଗ । ତେଣୁ ଯଦି ହାତୀ ଘଉଡାଇବା ପାଇଁ ନିୟୋଜିତ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଲେ ନିଶ୍ଚିତ ଧନ ଜୀବନ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.