ବେତୁଲ୍‌ରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍‌-କାର୍‌ ମୁହାଁମୁହିଁ ଧକ୍କାରେ ୧୧ ମୃତ

ବେତୁଲ୍‌, ୦୪/୧୧: ମଧ୍ୟ ପ୍ରଦେଶର ବେତୁଲ୍‌ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘିଟିଛି । ଏକ ଏସ୍‌ୟୁଭି ଗାଡ଼ି ଯାତ୍ରୀବାହୀ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ବେତୁଲ୍‌ର ଝଲ୍ଲର ପୋଲିସ୍‌ ଷ୍ଟେସନ୍‌ ପାଖରେ ଦୁଇ ପାର୍ଶ୍ୱରୁ ଆସୁଥିବା ଗାଡ଼ି ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା । ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ଚିକିତ୍ସା ଚାଲିଥିବା ପୋଲିସ୍‌ ଏସ୍‌ପି ସିମାଲା ପ୍ରସାଦ କହିଛନ୍ତି ।   

Leave A Reply

Your email address will not be published.