ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ପଶି ଆକ୍ରମଣ, ଯୁବକଙ୍କ ବିରୋଧରେ ଥାନାରେ ମାମଲା

ନୂଆଦିଲ୍ଲୀ, ୦୪/୧୧: ଇସ୍ରାଏଲର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ‘ଲିକୁଡ’ ବିଜୟୀ ହୋଇଛି । ଏହାସହ ବେଞ୍ଜାମିନ ନେତାନ୍ୟାହୁ ପୁଣିଥରେ ଇସ୍ରାଏର ଶାସନ ଭାର ଗ୍ରହଣ କରିବାକୁ ଯାଉଛନ୍ତି । ହେଲେ ନିର୍ବାଚନ ଫଳାଫଳ ଆସିବାର କିଛି ସମୟ ପରେ ଗାଜାପଟ୍ଟିରେ ଗୋଟିଏ ପରେ ଗୋଟିଏ ମିଶାଇଲ୍‌ ମାଡ଼ କରାଯାଇଥିବା ଜଣାପଡ଼ିଛି । ଏଥିରେ କେହି ଆହତ କିମ୍ୱା ମୃତ ହୋଇଥିବା ସୂଚନା ମିଳିନାହିଁ । ସ୍ଥାନୀୟ ମିଡିଆ ରିପୋର୍ଟ ପ୍ରଥମେ ଏକ ମିଶାଇଲ୍‌ ମାଡ଼ ହୋଇଥିଲା । ଏହାର ଠିକ୍‌ ଘଣ୍ଟାଏ ପରେ ଗାଜାପଟ୍ଟିରେ ୩ ମିଶାଇଲ୍‌ ମାଡ଼ ହୋଇଛି । ସୂତ୍ର ଅନୁସାରେ ଏହି ଆକ୍ରମଣ ଫିଲିସ୍ତାନୀ ଜିହାଦୀଙ୍କ ଦ୍ୱାରା କରାଯାଇଥିବା ଅନୁମାନ କରାଯାଉଛି । ଦ ଟାଇମ୍ସ ଅଫ୍‌ ଇଜ୍ରାଏଲ୍‌ର ରିପୋର୍ଟ ଅନୁସାରେ, ମିଶାଇଲ୍‌ ଆଟାକ୍‌ ପରେ ସୁରକ୍ଷା ବଳ ଗାଜା ସୀମା ନିକଟ କିସୁଫିମ୍, ଆଇନ୍ ହାଶଲୋଶା ଏବଂ ନିରିମ୍ ସହରକୁ ରକେଟ୍ ସାଇରନ୍ ଦେଇ ସତର୍କ କରାଇଛି । ଇସ୍ରାଏଲ୍‌ ସୁରକ୍ଷା ବଳ ଏନେଇ କହିଛି ଯେ ଗୋଟିଏ ରକେଟ୍‌ ଆଇରନ୍‌ ଡମ୍‌ ବାୟୁ ରକ୍ଷା ପ୍ରଣାଳୀ ରୋକିବାରେ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.