କମ ବଜେଟ୍‌ର ଫିଲ୍ମ ‘କାନ୍ତାରା’ ବକ୍ସ ଅଫିସରେ କଲା ଧମାଲ, ହିନ୍ଦୀ ହିଁ ନୁହେଁ ବିଦେଶରେ ବି ସୁପରହିଟ୍‌

ମୁମ୍ଵାଇ ୦୫।୧୧: ଅଭିନେତା ତଥା ନିର୍ଦ୍ଦେଶକ ରିଷବ ଶେଟ୍ଟୀ। ତାଙ୍କ ଅଭିନୀତ ଫିଲ୍ମ କାନ୍ତାରା  ବକ୍ସ ଅଫିସ୍‌ରେ ଧମାଲ୍‌ କରିଛି। ଯାହା ବୋଧହୁଏ କେହି ଭାବି ନଥିବେ ଯେ ଏହି ଚଳଚ୍ଚିତ୍ରଟି ବ୍ଲକବଷ୍ଟର ହେବ ବୋଲି । କିନ୍ତୁ ଏହା ସତ୍ୟ ଯେ ଯଦି ଫିଲ୍ମ ଭଲ ହୁଏ ତେବେ ଏହାକୁ ସୁପରହିଟ୍ ହେବାକୁ କେହି ଅଟକାଇ ପାରିବେ ନାହିଁ।କନ୍ନଡ ଚଳଚ୍ଚିତ୍ର କାନ୍ତାରା ସମାଲୋଚକମାନଙ୍କ ଦ୍ଵାରା ଭଲ ଭାବେ ଗ୍ରହଣ କରାଯାଇଥିବାବେଳେ ଅନ୍ୟପଟେ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ପ୍ରାୟ ୧୫-୨୦ କୋଟି ଟଙ୍କା ବଜେଟ୍ ଥିବା ଏହି ଫିଲ୍ମ କାନ୍ତାରାର ହୋଇଥିବା ଏତେ କଲେକସନ୍‌ ଉପରେ ନିର୍ମାତାଙ୍କ ବିଶ୍ଵାସ ହେଉ ନାହିଁ। କହିବାକୁ ଗଲେ କାନ୍ତାରା ଏକ କନ୍ନଡ ଚଳଚ୍ଚିତ୍ର । ଯାହାର ହିନ୍ଦୀ ଡବଡ୍ ଭର୍ସନ ୧୪ଅକ୍ଟୋବରରେ ମୁକ୍ତିଲାଭ କରିଥିଲା ​​। ଏହି ଚଳଚ୍ଚିତ୍ରଟି ପ୍ରାୟ ୩ ସପ୍ତାହ ମଧ୍ୟରେ ହିନ୍ଦୀ ଦର୍ଶକଙ୍କ ଠାରୁ ୫୦ କୋଟି କଲେକସନ୍‌ କରିଛି। ଏଥି ସହିତ ମିଡିଆ ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ପ୍ରାୟ ୨୭୫ କୋଟି ଟଙ୍କା ସଂଗ୍ରହ କରିଛି।

Leave A Reply

Your email address will not be published.