ପାରାଦୀପ-ଭୂତମୁଣ୍ଡାଇ ପୋଲ ଉପରେ ଅଘଟଣ, ଜଳିଗଲା ଟ୍ରକ୍

ପାରାଦ୍ୱୀପ ୦୭/୧୧: ପାରାଦୀପ ଭୂତମୁଣ୍ଡାଇ ପୋଲ ଉପରେ ଜଳିଗଲା ଟ୍ରକ୍ । ପାରାଦୀପରୁ ଚଣ୍ଡୀଖୋଲ ଅଭିମୁଖେ ଯାଉଥିବା ବେଳେ ଟ୍ରକ୍ ଟିରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ତେବେ ଏହି ଅଗ୍ନିକାଣ୍ଡର କାରଣ କଣ ତାହା ଅସ୍ପଷ୍ଟ ରହିଛି । ଭୋର୍ ସମୟରୁ ଟ୍ରକ୍‌ଟି ଯାଉଥିବାବେଳେ ଏହି ଘଟଣା ଘଟିଛି । ଦଶ ଚକିଆ ଟ୍ରକ୍‌ରେ ନିଆଁ ଲାଗିଥିଲା ବେଳେ ଏହାର ଡ୍ରାଇଭର ଓ ହେଲପର ଫେରାର୍ ହୋଇଯାଇଛନ୍ତି । ଗାଡିଟିର କେବିନଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.