ଦିଲ୍ଲୀରେ ସୁଧୁରୁଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ ୦୭।୧୧: ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସମାନ୍ୟ ସୁଧାର ଆସିଛି । କ୍ରମାଗତ ଭାବେ ବୃଦ୍ଧି ପାଉଥିବା ପ୍ରଦୂଷଣ ମାତ୍ରାରେ ସୋମବାର ବ୍ରେକ୍ ଲାଗିଛି । ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ଗୁଣବତା ସୂଚକାଙ୍କ ସାମାନ୍ୟ ତଳକୁ ଖସିଥିବା ରେକର୍ଡ କରାଯାଇଛି । ଏହାକୁ ନଜରରେ ରଖି ନୋଏଡ଼ାର ସମସ୍ତ ବିଦ୍ୟାଳୟ ୯ ତାରିଖରୁ ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ପୂର୍ବରୁ ବାୟୁ ପ୍ରଦୂଷଣ ବଢୁଥିବାରୁ ନୋଏଡ଼ାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୂର୍ବ ଅପେକ୍ଷା ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଛି । ରବିବାର ଠାରୁ ପ୍ରଦୂଷଣ ମାତ୍ରା ଧୀରେ ଧୀରେ ସୁଧାର ଆସୁଥିବାର ରେକର୍ଡ କରାଯାଇଥିଲା।  ହେଲେ ଏବେବି ରାଜଧାନୀର ଏୟାର କ୍ବାଲିଟି ଇଣ୍ଡେକ୍ସ ବିପଦ ସଙ୍କେତ ଉପରେ ରହିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ସୂଚକାଙ୍କ ୩୧୬ ରହିଥିବା ରେକର୍ଡ ହୋଇଛି । ଯାହା ସବୁଠାରୁ ଖରାପ ସ୍ତର ବୋଲି ‘ସଫର’ ପକ୍ଷରୁ  କୁହାଯାଇଛି ।  ସେହିପରି ନୋଏଡ଼ା ଏୟାର କ୍ବାଲିଟି ୩୩୨ ପଏଣ୍ଟ ଓ ଗୁରୁଗ୍ରାମରେ ୩୨୫ ପଏଣ୍ଟ ରେକର୍ଡ କରାଯାଇଛି । ପ୍ରଦୂଷଣ ମାତ୍ରାରେ ସୁଧାର ଆସୁଥିବାରୁ ଦିଲ୍ଲୀ- ଏନସିଆରରେ ଲାଗିଥିବା କିଛି ପ୍ରତିବନ୍ଧକକୁ ହାଟଇବାକୁ ନିଷ୍ପତ୍ତି ନିଆଯାଇଛି। ମାତ୍ର ସମସ୍ତ କ୍ଷେତ୍ରରେ ଷ୍ଟେଜ୍ -୩ ଆକ୍ସନ ପ୍ଲାନ୍ ଲାଗୁ ରହିବ ବୋଲି ନୋଇଡ଼ାର ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ।

Leave A Reply

Your email address will not be published.