ସୁପ୍ରିମକୋର୍ଟରୁ ହେମନ୍ତ ସୋରେନଙ୍କୁ ଆଶ୍ବସ୍ତି, ମାମଲାର ଶୁଣାଣି କରିବାକୁ ମନା କଲେ କୋର୍ଟ

ନୂଆଦିଲ୍ଲୀ ୦୭।୧୧ : ବେଆଇନ ଖଣି ଖନନ ମାମଲାରେ ଛନ୍ଦି ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଶ୍ବସ୍ତି ମିଳିଛି । ସେଲ୍ କମ୍ପାନୀରେ ନିବେଶ, ଖଣି ଖନନ ଓ ପଟ୍ଟା ବଣ୍ଟନକୁ ନେଇ ସୋରେନଙ୍କ ବିରୋଧରେ ଦାୟର ହୋଇଥିବା ଜନସ୍ବର୍ଥ ମାମଲାର ଶୁଣାଣି ପାଇଁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହା ସହିତ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି । ବେଆଇନ ଭାବେ ଖଣିଜ ସମ୍ପଦ ଉତ୍ତୋଳନ, ଲିଜ୍ ପଟ୍ଟା ବଣ୍ଟନରେ ଅନିୟମିତତା ଓ ସେଲ୍ କମ୍ପାନୀରେ ନିବେଶକୁ ନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଝାଡ଼ଖଣ୍ଡ ହାଇକୋର୍ଟ ଏହାକୁ ଶୁଣାଣି ଯୋଗ୍ୟ ବୋଲି ମାନି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସୋରେନ ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଅଦାଲତ ଜନସ୍ବାର୍ଥ ମାମଲାର ଶୁଣାଣି କରିବାକୁ ସଫାସଫା ମନା କରିଥିବା ବେଳେ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି । ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିବା ପରେ ମେହନ୍ତ ସୋରେନ ଟ୍ବିଟ୍ କରି ସତ୍ୟମେୟ ଜୟତେ ଲେଖିଛନ୍ତି । ଏହା ପୂର୍ବରୁ ସିବିଆଇ ଓ ଇଡି ଯାଞ୍ଚ କରିବା ନେଇ ଆବେଦନ ଜନସ୍ବାର୍ଥ ମାମଲାକୁ ବିରୋଧ କରିଥିଲେ ହେମନ୍ତ । ଝାଡ଼ଖଣ୍ଡର ସ୍ଥିର ସରକାରକୁ ଅସ୍ଥିର କରିବା ପାଇଁ ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି ସୋରେନ କହିଥିଲେ । ଅଭିଯୋଗ ପରେ ନିର୍ବାଚନ ଆୟୋଗ ମଧ୍ୟ ଏହି ମାମଲାରେ ଯାଞ୍ଚ କରିଥିଲେ ।

Leave A Reply

Your email address will not be published.