ଜଙ୍ଗଲରୁ ମିଳିଲା ଦୁଇଟି ହାତୀର ମୃତଦେହ, ୧୦ ଦିନ ହେବ ପଡିଛି ମରଶରୀର

ତେଲକୋଇ ୦୭।୧୧ : ଜଙ୍ଗଲରୁ ପୁଣି ଠାବ ହେଲା ହାତୀର ମୃତଦେହ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କଳାପାଟ ସଂରକ୍ଷିତ ଜଙ୍ଗଲ କୁଳିଆପାଳ ଜଙ୍ଗଲରୁ ଦୁଇଟି ହାତୀର ମୃତଦେହ ଠାବ ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀସ କୁଳିଆପାଳ ନିକଟରେ ଥିବା ଜଙ୍ଗଲରୁ ଏକ ମାଈ ହାତୀ ସହ ଏକ ଛୁଆ ହାତୀର ମୃତଦେହ ପଡିଥିବା କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦିଆଯାଇଥିଲା । ତେବେ ମୃତ ହାତୀ ଛୁଆକୁ ଜନ୍ମ ଦେଇ ମାଈ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ପ୍ରାୟ ୧୦ ଦିନ ହେବ ହାତୀର ମୃତଦେହ ଏଠାରେ ପଡିଥିବା ଅନୁମାନ କରାଯାଉଛି । ବନବିଭାଗର ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

Leave A Reply

Your email address will not be published.