ସେମିଫାଇନାଲରେ ମୁହାଁମୁହିଁ ହେବେ ଇଂଲଣ୍ଡ-ଭାରତ, ଜାଣନ୍ତୁ ରେକର୍ଡ କାହା ସପକ୍ଷରେ…

ପର୍ଥ ୦୭।୧୧ : ଟି-୨୦ ବିଶ୍ୱକପ୍‌ ୨୦୨୨ର ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଏହାବ୍ୟତୀତ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ସେମିଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ । ଆସନ୍ତା ୧୦ ତାରିଖରେ ରୋହିତ ବାହିନୀ ଓ ବଟଲର୍‌ ବାହିନୀଙ୍କ ମଧ୍ୟରେ ହେବ ସେମି ଲଢେଇ । ଜିଏ ଜିତିବ , ସିଏ ହାତେଇବ ଫାଇନାଲ ଟିକେଟ୍‌ । ଟି-୨୦ ବିଶ୍ୱକପ୍‌ ଇତିହାସରେ ଅନେକ ଥର ଭାରତୀୟ ଟିମ୍‌ ସାମ୍ନା କରିସାରିଛି ଇଂଲଣ୍ଡ । କିନ୍ତୁ ଏହି ସବୁ ଲଢେଇରେ ଇଂରାଜୀ ଖେଳାଳିଙ୍କ ଉପରେ ଭାରି ପଡିଛନ୍ତି ମେନ୍‌ ଇନ୍‌ ବ୍ଲୁ । ଟି-୨୦ ବିଶ୍ୱକପ୍‌ ଇତିହାସରେ ଭାରତ-ଇଂଲଣ୍ଡଙ୍କ ୩ ଥର ମୁହାଁମୁହିଁ ହୋଇଛନ୍ତି । ଏହି ତିନୋଟି ମ୍ୟାଚ୍‌ରୁ ଭାରତ ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ଗୋଟିଏ ମ୍ୟାଚ୍‌ରେ ବିଜୟୀ । ତେବେ ଆସନ୍ତୁ ଜାଣିବା କିଏ କାହା ଉପରେ ରହିଛି ଭାରି…

Leave A Reply

Your email address will not be published.