ପ୍ରଥମ ଥର ଲାବ୍‌ରେ ତିଆରି ହେଲା କୃତ୍ରିମ ରକ୍ତ

ନୂଆଦିଲ୍ଲୀ, ୦୮/୧୧: ଲାବ୍‌ରେ ତିଆରି ହେଲା କୃତ୍ରିମ ରକ୍ତ। କୃତ୍ରିମ ରକ୍ତ ବଞ୍ଚାଇବ ଜୀବନ। ବୈଜ୍ଞାନିକମାନେ ଲାବ୍‌ରେ ଏଭଳି ରକ୍ତ ତିଆରି କରିଛନ୍ତି,  ଯାହା କେବଳ ରୋଗୀଙ୍କ ଜୀବନ ବଞ୍ଚାଇବା ତାହା ନୁହେଁ ବରଂ ଏହା ଚିକିତ୍ସା ବିଜ୍ଞାନରେ କୌଣସି କ୍ରାନ୍ତିଠାରୁ କମ୍ ହେବନାହିଁ। ଲାବ୍‌ରେ ତିଆରି ଏହି ରକ୍ତର ଏବେ ପ୍ରଥମ କ୍ଲିନିକାଲ୍ ଟ୍ରାଏଲ୍ କରାଯାଉଛି। ରକ୍ତକୁ ନେଇ ବୈଜ୍ଞାନିକଙ୍କ ନୂଆ ଆବିଷ୍କାର କୌଣସି ଚମତ୍କାରଠାରୁ କମ୍ ନୁହେଁ। ଦୁନିଆରେ ପ୍ରଥମ ଥର ଦୁଇଜଣକୁ ଲାବ୍‌ରେ ତିଆରି କରାଯାଇଥିବା କୃତିମ ରକ୍ତ ଦିଆଯାଇଛି। ଅବଶ୍ୟ, ଏହା ଲାବ୍‌ରେ ତିଆରି କରାଯାଇଥିବା ରକ୍ତର ପ୍ରଥମ କ୍ଲିନିକାଲ୍ ଟେଷ୍ଟ, ଯାହା ସଫଳ ହେଲେ ରକ୍ତ ସହ ସମ୍ବନ୍ଧୀୟ ରୋଗ ସହ ଜୁଝୁଥିବା ଲୋକଙ୍କ ପାଇଁ ସଞ୍ଜିବନୀ ଭଳି କାମ କରିବ। ବିଶେଷ କରି ଯେଉଁମାନଙ୍କ ବ୍ଳଡ୍ ଦୁର୍ଲଭ ହୋଇଥାଏ। ଦୁର୍ଲଭ ବ୍ଲଡ୍ ଗ୍ରୁପ୍ ଥିବା ବ୍ୟକ୍ତିଙ୍କୁ ସହଜରେ ରକ୍ତ ମିଳିନଥାଏ, ଫଳରେ ଅନେକ ସମୟରେ ରୋଗୀଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ।ପିଟିଆଇ ଅନୁଯାୟୀ, ବୈଜ୍ଞାନିକମାନେ ଲାବ୍‌ରେ ଏହି ରକ୍ତକୁ ପ୍ରସ୍ତୁତ କରିବା ପୂର୍ବରୁ ମୂଳ ରକ୍ତ କଣିକା(ଷ୍ଟେମ ସେଲ୍ସ)ର ବ୍ୟବହାର କରିଥିଲେ। ରକ୍ତକୁ ପ୍ରସ୍ତୁତ କରିବା ପରେ ଏହାକୁ ଟ୍ରାଏଲ କରିବା ପରେ ସ୍ବେଚ୍ଛାସେବୀଙ୍କୁ ମାତ୍ର ୫ ରୁ ୧୦ ଏମଏଲ ରକ୍ତ ଦିଆଯାଇଛି। ବୈଜ୍ଞାନିକ ଆଶାବାଦୀ ଅଛନ୍ତି ଯେ ଲାବ୍‌ରେ ପ୍ରସ୍ତୁତ ହୋଇଥିବା ବ୍ଲଡ୍ ସେଲ୍ସ ସାମାନ୍ୟ ରେଡ୍ ସେଲ୍ସଠାରୁ ଅଧିକ ଭଲ ଭାବରେ କାମ କରିବ। ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲରେ ପ୍ରୋଫେସର ଏବଂ ଏନଆଇଏଚଆର ବ୍ଲଡ୍ ଆଣ୍ଡ୍ ଟ୍ରାନ୍ସପ୍ଲାଣ୍ଟ୍‌ର ଡାଇରେକ୍ଟର ଏଶଲେ ଟୋୟ ଏହି ବିଷୟରେ କହିଛନ୍ତି ଯେ ଷ୍ଟେମ୍‌ ସେଲ୍ସକୁ ରକ୍ତ କଣିକାରେ ପରିବର୍ତ୍ତିତ କରିବା ଦିଗରେ ଏହି ଟ୍ରାଏଲ ଏକ ବଡ଼ ପଦକ୍ଷେପ । ସେ କହିଛନ୍ତି ଯେ ଏହା ପ୍ରଥମଥର ଯେତେବେଳେ ପ୍ରଥମଥର ଲାବରେ ତିଆରି ରକ୍ତ କୌଣସି ମନୁଷ୍ୟଙ୍କୁ ଚଢ଼ାଯାଇଛି। ସେ ଏହାର ଫଳାଫଳ ପାଇଁ ଉତ୍ସାହିତ ଅଛନ୍ତି। ବୈଜ୍ଞାନିକମାନେ କହିଛନ୍ତି ଯେ ଯେଉଁ ରୋଗୀଙ୍କ ଠାରେ ରକ୍ତ ଚଢ଼ାଯାଇଛି। ସେମାନଙ୍କର ବିଶେଷ ଧ୍ୟାନ ରଖାଯାଉଛି। ଉଭୟ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। କ୍ଲିନିକାଲ୍ ଟେଷ୍ଟ ପାଇଁ ଚାରିମାସରେ ୧୦ ଲୋକଙ୍କୁ ଦୁଇ ଥର ରକ୍ତ ଚଢ଼ାଯିବ। ଯଦି ଏହି ପରୀକ୍ଷଣ ସଫଳ ହେଲେ ଏହା ଚିକିତ୍ସା ବିଜ୍ଞାନ ପାଇଁ ବଡ଼ ଉପଲବ୍ଧି ହେବ।  

Leave A Reply

Your email address will not be published.