କଂଗ୍ରେସ ଛାଡ଼ିବାର ମିଳିବ ପୁରସ୍କାର

ନୂଆଦିଲ୍ଲୀ, ୦୮/୧୧: ଗୁଜରାଟର ରାଜନୀତିରେ ହଇଚଇ ସୃଷ୍ଟି କରୁଥିବା ହାର୍ଦ୍ଦିକ ପଟେଲ ନିର୍ବାଚନୀ ଯାତ୍ରା ଆରମ୍ଭ କରିପାରନ୍ତି। କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ରହିସାରିଥିବା ହାର୍ଦ୍ଦିକ ପଟେଲଙ୍କୁ ଭାଜପା ଟିକେଟ୍ ଦେଇପାରେ। ତାଙ୍କୁ ବିରାମଗାମ ସିଟରୁ ଆଶାୟୀ କରାଯାଇପାରେ। ଓବିସି ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା ଅଳ୍ପେଶ ଠାକୋରଙ୍କୁ ମଧ୍ୟ ଭାଜପା ଆଶାୟୀ କରିପାରେ। ହାର୍ଦ୍ଦିକଙ୍କ ପରି ଅଳ୍ପେଶ ମଧ୍ୟ କଂଗ୍ରେସରେ ନିଜ ଭାଗ୍ୟ ପରୀକ୍ଷା କରିସାରିଛନ୍ତି। କଂଗ୍ରେକୁ ଛାଡ଼ି ଭାଜପାରେ ସାମିଲ ହୋଇଥିବା ଏଭଳି ନେତାଙ୍କ ତାଲିକା ବଢ଼ିବାରେ ଲାଗିଛି। ପାର୍ଟୀ ସୂତ୍ର ଅନୁଯାୟୀ, ୨୦୧୭ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ହାତ ଛାଡ଼ି ଭାଜପାରେ ଯୋଗଦେଇଥିବା ୩୫ ରୁ ଅଧିକ ନେତା ଟିକେଟ୍ ପାଇଁ ଚେଷ୍ଟା ଜାରି ରଖିଛନ୍ତି। ତେବେ ଏମାନଙ୍କୁ ସୁଯୋଗ ଦେଲେ ଭାଜପା ପାଇଁ ପୁରୁଣା ନେତାଙ୍କୁ ସନ୍ତୁଷ୍ଟ କରିବା ଚାଲେଞ୍ଜ ହୋଇପାରେ। କାରଣ ହିମାଚଳ ପ୍ରଦେଶରେ ଦଳ ପାଇଁ ଅନେକ ବିଦ୍ରୋହୀ ନେତା ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ତେଣୁ ଏପରି ସ୍ଥିତି ଗୁଜରାଟରେ ନହେବା ପାଇ ଭାଜପା ଚେଷ୍ଟା କରିବ। ଦଳ ବଡ଼ ଆକାରରେ ପୁରୁଣା ନେତାଙ୍କୁ ବିଧାୟକ ଟିକେଟ୍‌ରୁ ବାଦ୍ ଦେଇପାରେ। ସୂଚନାଯୋଗ୍ୟ, ଗୁଜରାଟରେ ୧ ଏବଂ ୫ ଡିସେମ୍ବରରେ ମତଦାନ ହେବ। ନିର୍ବାଚନ ପାଇଁ ଭାଜପା, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟୀ ପୂରା ଦମ୍ ଲଗାଉଛନ୍ତି। ଡିସେମ୍ବର ୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ। ୧୮୨ ସଦସ୍ୟ ଥିବା ବିଧାନସଭାରେ ଭାଜପାକୁ ଲଗାତାର ୨୭ ବର୍ଷ ଧରି କବ୍ଜାରେ ରହିଛି। ନିକଟରେ ଆସିଥିବା ଏକ ସର୍ଭେରେ ପୁଣିଥରେ ବିଜେପି ରାଜ୍ୟରେ ସତ୍ତାରେ ରହିବା ନେଇ ଭବିଷ୍ୟବାଣୀ କରିଛି।

Leave A Reply

Your email address will not be published.