T-20 World Cup : କିଏ ଯିବ ଫାଇନାଲ 

ଆଡିଲେଡ୍ ୧୦।୧୧ : ଫାଇନାଲ୍‌ ଟିକେଟ୍‌ ପାଇଁ ଆଜି ଆଉ ଏକ ଲଢେଇ । ଟି-ଟ୍ବେଣ୍ଟିଂ ବିଶ୍ବକପରେ ଗୁରୁବାର ଖେଳାଯିବ ଦ୍ବିତୀୟ ସେମିଫାଇନାଲ୍ । ଭାରତ-ଇଂଲଣ୍ଡ ହେବେ ମୁହାଁମୁହିଁ । ଉଭୟ ଦଳ ବିଶ୍ବକପ୍ ର ଏହି ନକଆଉଟ୍ ମୁକାବିଲାରେ ପ୍ରଥମ ଥର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଯିଏ ଯିତିବ ସେ ପାକିସ୍ତାନ ସହ ଟ୍ରଫି ପାଇଁ କରିବ ଲଢ଼େଇ । ଆଡିଡେଲ୍ ରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମଧ୍ୟ ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଆଡିଲେଡରେ ଯଦିଓ ପୂର୍ବରୁ ସାମାନ୍ୟ ବର୍ଷା ହେଉଥିଲା, କିନ୍ତୁ ଗତ କିଛି ଦିନ ହେବ ଆକାଶ ସଫା ରହିଛି। ମ୍ୟାଚ୍ ଦିନ ବି ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଆଡିଲେଡ୍ ରେ ଭାରତ ବାଂଲାଦେଶ ବିପକ୍ଷରେ ସୁପର ୧୨ରେ ଏକ ମ୍ୟାଚ୍ ଖେଳିସାରିଛି। ତେଣୁ ଭାରତକୁ ସ୍ଥିତି ସହିତ ଖାପ୍ ଖୁଆଇବାରେ କୌଣସି ଅସୁବିଧା ହେବନି। ଇଂଲଣ୍ଡ କିନ୍ତୁ ପ୍ରଥମ ଥର ଏହି ପଡ଼ିଆରେ ଖେଳିବ। ଏହି ପଡ଼ିଆରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବିଜୟ ପରାଜୟ ରେକର୍ଡ ୪-୨ ରହିଛି ଏବଂ ହାରାହାରି ପ୍ରଥମ ପାଳି ସ୍କୋର ୧୫୭ ରନ୍ ରହିଛି।

Leave A Reply

Your email address will not be published.