ଜେଲରୁ ମୁକୁଳିବା ପରେ ଗାନ୍ଧୀ ପରିବାରକୁ ସନ୍ଦେଶ ଦେଲେ ରାଜୀବଙ୍କ ହତ୍ୟାକାରୀ ନଳୀନି

ଭୁବନେଶ୍ୱର: ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୩୧ ବର୍ଷ ଜେଲରେ କାଟିବା ପରେ ଗତକାଲି ନଳୀନି ଶ୍ରୀହରନ ଜେଲରୁ ମୁକୁଳିଛନ୍ତି । ସେ ଜେଲରୁ ମୁକୁଳିବା ପରେ ଗଣମାଧ୍ୟମ ଆଗରେ କହିଛନ୍ତି କି ସେଦିନର ସେହି ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ମୁଁ ଦୁଃଖ ପ୍ରକାଶ କରୁଛି । ଏହାସହ ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ନେଇ ସେ ଦୀର୍ଘ ୩୧ ବର୍ଷ ହେବ ଜେଲରେ ଅନୁତାପ କରୁଥିବା କଥା କହିଛନ୍ତି । ନଳୀନି କହିଛନ୍ତି ଯେ, ଏହି ଘଟଣା ପରେ ଜେଲ ଚାଲିଗଲେ । ଏହା ମଧ୍ୟରେ ୩୧ ବର୍ଷ ବିତିଯାଇଛି । ଏହି ୩୧ ବର୍ଷ ମଧ୍ୟରେ ସେ ନିଜର ଅନେକ ପରିଜନଙ୍କୁ ହରାଇ ସାରିଛନ୍ତି । ଏବେ ସେ ତାଙ୍କର ସ୍ୱାମୀଙ୍କ ସହ ରହିବେ ବୋଲି କହିଛନ୍ତି । ୧୯୯୧ ମସିହାରେ ତାମିଲନାଡୁରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଆତ୍ମଘାତି ବୋମା ବିସ୍ଫୋରଣ କରି ହତ୍ୟା କରାଯାଇଥଲା । ଏହି ମାମଲାରେ ନଳୀନିଙ୍କ ସମେତ ଅନ୍ୟ ୫ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ଦୀର୍ଘ ୩୧ ବର୍ଷ ପରେ ସେମାନଙ୍କ ଆଚରଣକୁ ଦୃଷ୍ଟିରେ ରଖି କୋର୍ଟ ସେମାନଙ୍କୁ ଛାଡିଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଗତକାଲି ନଳୀନିଙ୍କ ସମେତ ଅନ୍ୟ ୫ ଜଣ ଏବେ ଜେଲରୁ ମୁକୁଳିଛନ୍ତି । ସେପଟେ ଏବେ ନଳୀନି ଗାନ୍ଧୀ ପରିବାରକୁ ଭେଟିବେ କି ବୋଲି ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଯେ ‘ମୋର ବିଶ୍ୱାସ ହେଉନି କି ସେମାନେ ମୋତେ ଭେଟିବାର ସୁଯୋଗ ଦେବେ’

Leave A Reply

Your email address will not be published.