ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ

ଭୁବନେଶ୍ୱର: ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ । ମଧ୍ୟାହ୍ନ ସାଢେ ୧ଟାରେ ଆରମ୍ଭ ହେବ ମ୍ୟାଚ୍ । ନ୍ୟୁଜିଲ୍ୟାଣ୍ଡକୁ ହରାଇ ଫାଇନାଲ ଯାଇଛି ପାକିସ୍ତାନ । ଏପଟେ ଭାରତକୁ ସେମି ଫାଇନାଲରେ ୧୦ ୱିକେଟରେ ହରାଇ ଇଂଲଣ୍ଡ ଯାଇଛି ଫାଇନାଲ । ଇଂଲଣ୍ଡ ଫେଭରାଇଟ ଦଳ ଭାବେ ଫାଇନାଲକୁ ଓହ୍ଲାଇଛି । କିନୁ ପାକିସ୍ତାନ ପାଖରେ ମଧ୍ୟ ଭଲ ବୋଲର ଅଛନ୍ତି । ଉଭୟ ଦଳ ଆଜି ମ୍ୟାଜ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବାକୁ ଅଛନ୍ତି । ତେବେ ପାକିସ୍ତାନ ଥରେ ଟି-୨୦ ବିଶ୍ୱକପ ଟାଇଟଲ ହାସଲ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ଥରେ ବିଶ୍ୱକପ ଟାଇଟଲ ହାତେଇଛି ।

Leave A Reply

Your email address will not be published.