ପ୍ରେମିକାକୁ ହତ୍ୟା ପରେ ୩୫ଖଣ୍ଡ କରିଥିଲା ପ୍ରେମିକ

ନୂଆଦିଲ୍ଲୀ: ଜଘନ୍ୟ ବୀଭତ୍ସ ଓ ହୃଦୟ ବିଦାରକ । ପ୍ରେମ, ପ୍ରତାରଣା ପରେ ହତ୍ୟା । ପ୍ରେମିକାର ହୃଦୟଭାରା ଭଲ ପାଇବାରେ କଳଙ୍କର ଦାଗ ଲଗାଇଲା ପ୍ରେମିକ । ଲିଭ୍-ଇନରେ ରହିବା ପରେ ବି ଲହୁରେ ଭିଜିଲା ସମ୍ପର୍କ । ମନୋମାଳିନ୍ୟ ପରେ ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରିଛି ପ୍ରେମିକ । ଘଟଣାକୁ ଲୁଚାଇବାକୁ ଯାଇ ରଚିଥିଲା ମାଷ୍ଟର ପ୍ଲାନ୍ । ନିଜ ଠାରୁ ଅଧିକ ଭଲ ପାଉଥିବା ପ୍ରେମିକାର ଶବକୁ ୩୫ଖଣ୍ଡ କରିଥିଲା ଅଭିଯୁକ୍ତ ପ୍ରେମିକ । ଏନେଇ ଦିଲ୍ଲୀ ପୋଲିସ ତଦନ୍ତରେ ସାମ୍ନାକୁ ଆସିଛି ସତ । ୫ମାସ ପରେ ଅଭିଯୁକ୍ତ ଖୋଲିଛି ମର୍ଡର ମିଷ୍ଟ୍ରିର ରେଡ୍ ପ୍ଲାନ୍ । ଏହି ଘଟଣା ଏବେ ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦିଲ୍ଲୀ ପୋଲିସ ଏହି ଜଘନ୍ୟ ହତ୍ୟାକାଣ୍ଡର ଖୁଲାସା କରିଛି । ମୁମ୍ବାଇ ଭଲ ପାଇବା ଠାରୁ ଦିଲ୍ଲୀରେ ହତ୍ୟା ପର୍ଯ୍ୟନ୍ତ ମର୍ଡର ମିଷ୍ଟ୍ରିର ଗୋଟିଏ ଗୋଟିଏ ଫର୍ଦ୍ଦ ଖୋଲିଛି ପୋଲିସ । ୨୬ ବର୍ଷିୟା ମୃତ ଶ୍ରଦ୍ଧା ଓ୍ବାକର ମୁମ୍ବାଇର ଏକ ମିଲେନିୟମ କମ୍ପାନୀର କଲ୍ ସେଣ୍ଟରରେ ଚାକିରି କରୁଥିଲେ । ଏହି ସମୟରେ ଶ୍ରଦ୍ଧାଙ୍କ ସହିତ ଆଫତାବ୍ ଅମିନଙ୍କ ଭେଟ ହୋଇଥିଲା । ଆଉ ଏଇଠୁ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ମଧୁର ପ୍ରେମ । ସମ୍ପର୍କ ନିବିଡ଼ତା ହେବା ପରେ ଲିଭ୍-ଇନ୍ ରହିଥିଲେ ଦୁହେଁ । ଏନେଇ ପରିବାର ଲୋକ ଜାଣି ପରେ ବିରୋଧ କରିବା ଆରମ୍ଭ କରିଥିଲେ । ପରେ ହଠାତ୍ ମୁମ୍ବାଇ ଛାଡ଼ି ଦିଲ୍ଲୀର ମେହରୋଲି ଅଞ୍ଚଳରେ ବସେରା ଆରମ୍ଭ କରିଥିଲେ ପ୍ରେମିକା ଶ୍ରଦ୍ଧା ଓ ପ୍ରେମିକ ଆଫତାବ୍ । ହେଲେ କିଛି ଦିନ ପରେ ହଠାତ୍ ଶ୍ରଦ୍ଧାଙ୍କ ମୋବାଇଲ ବନ୍ଦ ହୋଇଯାଇଥିଲେ । ଏନେଇ ୮ ନଭେମ୍ବରକୁ ଝିଅକୁ ଅପହରଣ କରାଯାଇଛି ମେହରୋଲି ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିବା ସହିତ ମାର୍ଡର ପ୍ଲାନ୍ ଖୁଲାସା କରିଛି ।

Leave A Reply

Your email address will not be published.