ପାରାଦୀପରେ ଦୁଇ ଦିନିଆ ସମରାଭ୍ୟାସ ‘ସି ଭିଜିଲ୍’

ପାରାଦୀପ ୧୫।୧୧ : ପାରାଦୀପ ସମୁଦ୍ର ଉପକୂଳରେ ଚାଲିଛି ଦୁଇ ଦିନିଆ ସମରାଭ୍ୟାସ ”ସି ଭିଜିଲ୍” । ମଙ୍ଗଳବାର ସକାଳୁ ଏହି ସମରାଭ୍ୟାସ ଆରମ୍ଭ ହୋଇଥିବା ବେଳେ ଏହା ବୁଧବାର ସଂଧ୍ୟା ପର୍ଯ୍ୟନ୍ତ ଚାଲିବ। ତେବେ ଏହି ସମରାଭ୍ୟାସରେ ନାଭାଲ୍ , ଭାରତୀୟ ତଟରକ୍ଷୀ, ପୋଲିସ, ବନ ବିଭାଗ , ଗୁଇନ୍ଦା ବିଭାଗ, ମତ୍ସ୍ୟ ବିଭାଗ, ଓଡ୍ରାଫ ଟିମ୍ ସାମିଲ ହୋଇଛନ୍ତି । ବ୍ଲୁ ଟିମ୍ ଏବ୍ଂ ରେଡ୍ ଟିମ୍ ଦୁଇଟି ଟିମ୍ କରାଯାଇ ଚାଲିଛି ସମରାଭ୍ୟାସ । ୨୦ ପୋଲିସ ଅଫିସର, ଚାରି ପ୍ଲାଟୁନ ପୋଲିସ ଫୋର୍ସ ଓ ୪୫ ଜଣ ପୋଲିସ କନେଷ୍ଟବଳ ହାବିଲଦାରଙ୍କୁ ନିୟୋଜିତ କରାଯାଇଥିବା ବେଳେ ବାହ୍ୟ ଶତ୍ରୁ କବଳରୁ କିଭଳି ଦେଶକୁ ରକ୍ଷା କରିହେବ ତାକୁ ନେଇ ସମରାଭ୍ୟାସ କରାଯାଉଛି । ୨୬/୧୧ ମୁମ୍ବାଇ ଆକ୍ରମଣ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଏହି ସମରାଭ୍ୟାସ ପ୍ରତିବର୍ଷ ଆୟୋଜନ ହେଉଛି । ଜଳପଥରେ କିଭଳି ବାହ୍ୟ ଶତୃ ପ୍ରବେଶ କଲେ ତାଙ୍କୁ ପ୍ରତିହତ କରି ହେବ ସେନେଇ ବିଶେଷ ଭାବେ ଗୁରୁତ୍ଵ ଦିଆଯାଉଛି। ଜଳପଥ ଓ ଏହାର ସୀମା ବର୍ତ୍ତି ଅଞ୍ଚଳରେ ବ୍ୟାପକ ପୋଲିସ ବ୍ୟବସ୍ତା କରାଯାଇଥିବା ବେଳେ, ସମୁଦ୍ର ଭିତରେ ସମସ୍ତଙ୍କୁ ତନ୍ନ ତନ୍ନ କରି ଚେକିଂ କରାଯାଉଛି । ସମୁଦ୍ର କୂଳ, ଛକ ବଜାର, ଗଳିକନ୍ଦି, ମାଛଧରା ବନ୍ଦର ଓ ସମୁଦ୍ର ଭିତରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.