ବିସିସିଆଇ ଡାକିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁମ୍ବାଇ ୧୫।୧୦ : ବିପର୍ଯ୍ୟୟ ହେବ ମାନସ ମନ୍ଥନ । ଟି-୨୦ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଟିମ୍‌ର ପରାଜୟର ହେବ ସମୀକ୍ଷା । ବିସିସିଆଇ ହେଡ୍‌ କ୍ୱାର୍ଟର ହେବ ଆତ୍ମସମୀକ୍ଷା ବୈଠକ । ଯୋଗଦେବେ କୋଚ୍‌, ଅଧିନାୟକ ଏବଂ ପୂର୍ବତନ ଅଧିନାୟକ । ମିଳିଥିବା ସୂଚନାନୁସାରେ, ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ ସେମିଫାଇନାଲରେ ଇଂଲଣ୍ଡଠୁ ପରାସ୍ତ ହୋଇଛି । ବଟଲର ବାହିନୀଠୁ ୧୦ ଓ୍ୱିକେଟ୍‌ରେ ପରାଜୟ ହୋଇଛି ଟିମ୍‌ ଇଣ୍ଡିଆ । ତେବେ ଏହି ପରାଜୟର କାରଣ କଣ ? କେଉଁଥି ପାଇଁ ଏପରି ବଡ଼ ମୁକାବିଲାରେ ଟିମ୍‌ର କୌଣସି ଗେମ୍‌ ପ୍ଲାନ୍‌ କାମ କରିନଥିଲା । ସେନେଇ ଦଳର କୋଚ୍‌ ରାହୁଲ୍‌ ଦ୍ରାବିଡ଼, ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହ ଆଲୋଚନା କରିବେ ବିସିସିଆଇ କର୍ତ୍ତୃପକ୍ଷ । ଏନେଇ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ କେବେ ଓ କେଉଁଠି ଏହି ସମୀକ୍ଷା ବୈଠକ ବସିବ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଖୁବଶୀଘ୍ର ଏହି ବୈଠକ ବସିପାରେ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ହେଉଛି। ତେବେ ଟିମ୍ ଇଣ୍ଡିଆ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି । ନ୍ୟୁଜିଲାଣ୍ଡ ଗସ୍ତରୁ ବିରାଟ କୋହଲି ଓ ରୋହିତ ଶର୍ମା ଏବଂ କୋଚ୍‌ ଦ୍ରାବିଡ଼ଙ୍କୁ ବିଶ୍ରାମ ଦିଆଯାଇଛି । ହୁଏତ ଏହି ସମୟରେ ଏହି ତିନି ଜଣଙ୍କ ସହ ଆଲୋଚନା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ଆଲୋଚନା ଟିମ୍‌ ପାଇଁ କେତେ ଲାଭଦାୟକ ହେବ । ତାହା ଆଗାମୀ ଦିନରେ ଜଣାପଡିବ ବୋଲି କ୍ରୀଡା ପ୍ରଂଶସକମାନେ ମତ ରଖିଛନ୍ତି । ସେପଟେ ଖୁବଶୀଘ୍ର ବିସିସିଆଇ ଏକ ବଡ଼ ଧରଣର ଘୋଷଣା କରିପାରେ । ପ୍ରତି ଫର୍ମାଟ ପାଇଁ ଜଣେ ଜଣେ ଅଧିନାୟକ ରହିପାରନ୍ତି । ଏନେଇ ବିସିସିଆଇରେ ଆଲୋଚନା ଚାଲିଛି । ଖୁବଶୀଘ୍ର ଆଧିକାରୀକ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚ ହେଉଛି ।

Leave A Reply

Your email address will not be published.