ଧୋନିଙ୍କୁ ମିଳିବ ବଡ଼ ଦାୟିତ୍ୱ ! ଖୁବଶୀଘ୍ର ଡ୍ରେସିଂ ରୁମ୍‌ରେ ଦେଖିବେ ଫ୍ୟାନ୍ସ

ମୁମ୍ବାଇ ୧୫।୧୧ : ଡ୍ରେସିଂ ରୁମ୍‌ରୁ ଫେରିବେ ମାହି । ଖୁବଶୀଘ୍ର ଟିମ୍‌ ଇଣ୍ଡିଆରେ ସାମିଲ ହେବେ ମହେନ୍ଦ୍ର ସିଂହ ଧୋନି । ଏନେଇ ବିସିସିଆଇ ପ୍ଲାନ୍‌ କରୁଛି । ଖୁବଶୀଘ୍ର ହେବ ଘୋଷଣା । ଜାତୀୟ ଗଣମାଧ୍ୟରେ ଅନୁସାରେ, ଟି-୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ବିପର୍ଯ୍ୟୟ ପରେ ଆକ୍ସନ ମୋଡ଼କୁ ଆସିଛି ବିସିସିଆଇ । ଖୁବଶୀଘ୍ର ଦେଶର ସବୁଠୁ ଜଣେ ସଫଳତମ ଅଧିନାୟକ ତଥା କ୍ୟାପଟେଲ୍‌ କୁଲ୍‌ଙ୍କୁ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍‌ରେ ଦେଖିବାକୁ ମିଳିଛି । ଟିମ୍‌ର ନିର୍ଦ୍ଦେଶକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କୁ ଦାୟିତ୍ୱ ଦେଇପାରେ ବିସିସିଆଇ । ଏନେଇ ବସିସିଆଇର ବରିଷ୍ଠ ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଖାସ୍‌ କରି ତିନୋଟି ଫର୍ମାଟରେ କୋଚ୍‌ ଦ୍ରାବିଡ଼ଙ୍କ ଉପରୁ ଚାପ୍‌ କୋହଳ କରିବା ଏବଂ ଜଣେ ଅଭିଜ୍ଞ ଖେଳାଳିଙ୍କୁ ଟିମ୍‌ରେ ସାମିଲ୍‌ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ଜଣାପଡିଛି। ତେବେ ଟିମ୍‌ରେ ଧୋନିଙ୍କୁ ବଡ଼ ଦାୟିତ୍ୱ ପ୍ରଦାନ ନେଇ ଆଗାମୀ ଦିନରେ ହେବାକୁ ଥିବା ବିସିସିଆଇର ଆପେକ୍ସ କମିଟି ଆଲୋଚନା ହେବ । ଏହା ପରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ସେପଟେ ବିସିସିଆଇର କିଛି ବରିଷ୍ଠ ଅଧିକାରୀ ମଧ୍ୟ ଏନେଇ ଧୋନିଙ୍କ ସହ ଆଲୋଚନା କରିଛନ୍ତି । କିନ୍ତୁ ଆଲୋଚନା ସଫଳ ହୋଇଛି କି ନାହିଁ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ବିସିସିଆଇର ପ୍ରସ୍ତାବର ଧୋନି ରାଜି ହୁଅନ୍ତି । ତେବେ ଏହା ଟିମ୍‌ ଇଣ୍ଡିଆ ବେଶ୍‌ ଲାଭଦାୟକ ହେବ ବୋଲି କ୍ରୀଡା ସମୀକ୍ଷକମାନେ କହିଛନ୍ତି ।

Leave A Reply

Your email address will not be published.