ଶ୍ରଦ୍ଧା ହତ୍ୟାକାଣ୍ଡ : ଅଫତାବର ନାର୍କୋ ଟେଷ୍ଟ ଲାଗି ମିଳିଲା କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ ୧୬।୧୧:ରାଜଧାନୀ ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ କୋର୍ଟ ଅଭିଯୁକ୍ତର ନାରୋକ ଟେଷ୍ଟ ଲାଗି ଅନୁମତି ଦେଇଛନ୍ତି। ଗାର୍ଲ ଫ୍ରେଣ୍ଡକୁ ତଣ୍ଟି ଚିପି ହତ୍ୟା ପରେ ୩୫ ଟୁକୁରା କରିବା ମାମଲାରେ ଦିଲ୍ଲୀ ସାକେତ କୋର୍ଟରୁ ଅଫତାବର ନାରୋକ ଟେଷ୍ଟ ଲାଗି ପୋଲିସକୁ ଅନୁମତି ମିଳିଛି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ପୋଲିସ ମାମଲାରେ ଅଭିଯୁକ୍ତର ନାରକୋ ଟେଷ୍ଟ ଲାଗି ଅନୁମତି ଦେବାକୁ କୋର୍ଟଙ୍କୁ ନିବେଦନ କରିଥିଲା। ଦିଲ୍ଲୀ ପୋଲିସ ଅନୁସାରେ ଅଫତାବ ଏବେ ପୋଲିସର ଯାଞ୍ଚକୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି। ସେ ବେଶ୍ ଭାବିଚିନ୍ତି ଏହି କାଣ୍ଡ କରିଛି। ହତ୍ୟାର ପ୍ରମାଣ ନଷ୍ଟ କରିବା ଲାଗି ସେ ଆନୁଷ୍ଠାନିକ ଅଧ୍ୟୟନ ମଧ୍ୟ କରିଥିଲା। ହିନ୍ଦୀ ଜାଣିକରି ମଧ୍ୟ ଇଂରାଜୀରେ ପୋଲିସ ପ୍ରଶ୍ନର ଉତ୍ତର ଦେଉଥିବା ଅଫତାବ ଠିକ ରୂପେ ଜାଣିଛି ଯେ ସେ ଦିଲ୍ଲୀ ପୋଲିସକୁ ସବୁଠୁ ମୁସ୍କିଲ କାମରେ ଫଶେଇ ଦେଇଛି। ଏଥିରେ ମାମାଲାରୁ ଅଫତାବର ହତ୍ୟା ସ୍ୱୀକାରୋକ୍ତି ହଟାଇ ଦେଲେ ଯାଞ୍ଚରେ କିଛି ନଥିବା ମଧ୍ୟ ଦିଲ୍ଲୀ ପୋଲିସ ସ୍ୱୀକାର କରୁଛି। ନଭେମ୍ବର ୧୩ ତାରିଖରୁ ଅଫତାବ ଦିଲ୍ଲୀ ପୋଲିସ ହେପାଜତରେ ଅଛି। ଏହି ସମୟରେ ପୋଲିସ ଅଫତାବକୁ ଯାଞ୍ଚରେ ଯାହା ଯାହା ପ୍ରଶ୍ନ କରୁଛି ସେ ଶୁଆ ପରି ତାର ଜବାବ ଦେଉଛି। ଯାହା ପୋଲିସକୁ ଏବେ ଚିନ୍ତାରେ ପକାଇ ଦେଇଛି। ଏଣୁ ବୈଜ୍ଞାନିକ ଉପାୟରେ ଏବେ ଅଫତାବ ମାମଲାର ଯାଞ୍ଚ ଜରୁରି ବୋଲି ପୋଲିସ ଅନୁଭବ କରୁଥିବା ବେଳେ ନାରକୋ ଟେଷ୍ଟ ଲାଗି ସାକେତ କୋର୍ଟଙ୍କୁ ନିବେଦନ କରିଥିଲା। ପୋଲିସକୁ ଏଥିଲାଗି ଅନୁମତି ମିଳିଯାଇଥିବାରୁ ହତ୍ୟାର ରହସ୍ୟ ଉପରୁ ଏବେ ପର୍ଦ୍ଦା ହଟିବ ବୋଲି ଅନୁମାନ କରାଯାଉଛି।  

Leave A Reply

Your email address will not be published.