ମୁଁ କୌଣସି କମ୍ପାନୀର CEO ହେବାକୁ ଚାହେଁନା

ସାନଫ୍ରାନସିସ୍କୋ ୧୭।୧୧: କୌଣସି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ହେବାକୁ ଚାହେଁନା କହିଛନ୍ତି ଏଲନ ମସ୍କ। ନା ଟେସ୍ଲା ନା ଟ୍ୱିଟର କାହାର ହେଲେ ସିଇଓ ହେବାକୁ ଚାହଁନା ବୋଲି ସେ କହିଛନ୍ତି। ମସ୍କ ବୁଧବାର ଆମେରିକାର ଏକ କୋର୍ଟରେ ସାକ୍ଷ ଦେବା ଅବସରରେ କହିଛନ୍ତି ଯେ ସତ କଥା କହିବାକୁ ଗଲେ ମୁଁ କାହାର ହେଲେ ସିଇଓ ହେବାକୁ ଚାହେଁନା । ଟେସ୍ଲାରେ ତାଙ୍କର ବିବାଦୀୟ ବେତନ କ୍ଷତିପୂରଣ ପ୍ୟାକେଜ୍ କୁ ଚାଲେଞ୍ଜ କରି ଦାଖଲ ପିଟିସନର ଜବାବରେ ସେ ଏହା କହିଛନ୍ତି। ସେ କହିଛନ୍ତି ଯେ ବାସ୍ତବରେ ମୁଁ ପ୍ରଯୁକ୍ତି ନିମନ୍ତେ ରକେଟ୍ ଓ ଟେସ୍ଲାର ଇଞ୍ଜିନିୟରିଂ ଲାଗି ମୁଁ ଦାୟୀ ଯାହା ଏହାକୁ ସଫଳ କରିଛି। ମସ୍କ କହିଛନ୍ତି ଯେ ପ୍ରାୟତଃ ସିଇଓଙ୍କୁ ବ୍ୟବସାୟ କେନ୍ଦ୍ରୀତ ଭୂମିକାରେ ଦେଖାଯାଏ। ତେବେ ବାସ୍ତବରେ ମୋର ଭୂମିକା ପ୍ରଯୁକ୍ତିର ବିକାଶ କରିବା ଓ ଏହାକୁ ସୁନିଶ୍ଚିତ କରିବାଠାରୁ ଢେର ଅଧିକ। କାରଣ ଆମେ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିର ବିକାଶ କରୁଛୁ ଓ ଆମ ପାଖରେ ଅବିଶ୍ୱସନୀୟ ଇଞ୍ଜିନିୟରଙ୍କ ଏକ ଟିମ୍‌ ରହିଛି, ଯେଉଁମାନେ ଏହି ଲକ୍ଷକୁ ହାସଲ କରୁଛନ୍ତି।

Leave A Reply

Your email address will not be published.