ରାସ୍ତାକଡ଼ ଗଛରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ପାରିବାରିକ କାରଣରୁ ଆତ୍ମହତ୍ୟା !

ଉଦଳା ୧୭।୧୧ : ରାସ୍ତା କଡ଼ରେ ଥିବା ଗଛରୁ ଯୁବକଙ୍କ ଝୁଲନ୍ତା ମୃତେଦହ ଠାବ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ବାଲିଛତ୍ରା ଗାଁରୁ ଆସିଛି ଏମିତି କିଛି ଘଟଣା । ମୃତକ ବାଲିଛତ୍ରା ଗାଁର ଗବରା ସିଂହ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗବରା ସିଂହ ଏକ ଗଛରେ ଝୁଲୁଥିବାରେ ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲା । ଉଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଗବରା ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ତେବେ ଏହା ଆତ୍ମହତ୍ୟା କି ହତ୍ୟା ? ତାହାର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଖାସ୍‌ କରି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।  

Leave A Reply

Your email address will not be published.