ଖଗେଶ୍ୱର ପରେ ପଡିବ ଶ୍ରଦ୍ଧାଞ୍ଜଳିଙ୍କ ପାଳି ! ହାଜର ପାଇଁ ନୋଟିସ୍‌ କରିଛି ଇଡି

ଭୁବନେଶ୍ୱର ୨୨।୧୧ : ଖଗେଶ୍ୱର ପରେ ପଡିବ କି ଶ୍ରଦ୍ଧାଞ୍ଜଳିଙ୍କ ପାଳି । ହାଜର ହେବା ପାଇଁ ନୋଟିସ କଲା ଇଡି । ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁଁହାମୁହିଁ ଜେରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନଭେମ୍ବର ୨୩ ତାରିଖ ଭିତରେ ହାଜର ହେବାକୁ ଇଡି ପକ୍ଷରୁ ସମନ ହୋଇଛି । ସେପଟେ ଗିରଫ ଦାରି ଏଡାଇବାକୁ  ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନା ନାଗଙ୍କ ସହଯୋଗୀ ଥିଲେ ଶ୍ରଦ୍ଧାଞ୍ଜଳି ବେହେରା  । ଶ୍ରଦ୍ଧାଞ୍ଜଳିଙ୍କୁ ବ୍ଲାକମେଲ କରି ଟଙ୍କା ମାଗିବାକୁ କହୁଥିବା ନିଜ ଏତଲାରେ ଦର୍ଶାଇଥିଲେ ଶ୍ରଦ୍ଧାଞ୍ଜଳି । ସୂଚନାଯୋଗ୍ୟ ଯେ, ଅର୍ଚ୍ଚନାଙ୍କ ଅର୍ଥ ହେରଫେର୍‌ ମାମଲାରେ ଖୋଲତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହିକ୍ରମରେ କିଛି ଦିନ ତଳେ ଅର୍ଚ୍ଚନାଙ୍କ ପୈତୃକ ଘର, ଶାଶୁଘର ଏବଂ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢାଉ କରିଥିଲା ଇଡି । ଦୁଇ ଦିନ ଧରି ଚାଲିଥିବା ଏହି ଚଢାଉରେ ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା ।

Leave A Reply

Your email address will not be published.