ଇଣ୍ଡୋନେସିଆ ଭୂମିକମ୍ପ ; ବଢୁଛି ମୃତାହତଙ୍କ ସଂଖ୍ୟା, ଏବେ ସୁଦ୍ଧା ଗଲାଣି ୧୬୨ ଜୀବନ

ଆଦିଲ୍ଲୀ: ଇଣ୍ଡୋନେସିଆ ଶକ୍ତିଶଳୀ ଭୂମିକମ୍ପରେ ବଢୁଛି ମୃତାହତଙ୍କ ସଂଖ୍ୟା । ଜାଭା ଭୂକମ୍ପରେ ମୃତକଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି । ଏଥିରେ ଶତାଧିକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସମସ୍ତ ଗୁରୁତରଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୫.୫ ରେକର୍ଡ କରାଯାଇଛି । ସୋମବାର ଭୟଙ୍କର ଭୂମିକମ୍ପରେ ଥରି ଉଠିଲା ଗ୍ରୀସର କ୍ରେଟେ ଦ୍ୱୀପ । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ମପାଯାଇଛି । ସ୍ଥାନୀୟ ସମୟ ଅନୁସାର ଦ୍ବିପ୍ରହର ୧.୨୫ରେ ଗ୍ରୀସ୍ ସାଇଟିଆର ଉତ୍ତର-ପୂର୍ବରରେ ୬୦ କିମି ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଥିଲା । ଇରୋପିଆନ ମେଡିଟେରେନିୟନ ସେସମୋଲୋଜିକାଲ ସେଣ୍ଟର(EMSC)ର ସୂଚନା ଅନୁସାରେ ଏହା ୮୦ କିମି ଗଭୀରରେ କେନ୍ଦ୍ରୀଭୂତ ହୋଇଥିଲା। ସୁନାମୀ ଭୟ ରହିଥିବାରୁ  EMSC ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଚ୍ଚସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲା । ଏହି ଛାତିଥରା ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୧୬୨ଜଣଙ୍କର ଜୀବନ ଯାଇଛି । ଏଥିରେ ଅନେକ ଶିଶୁ ରହିଥିବାବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏବେବି ଭୂମିକମ୍ପ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାରୀ ଦଳ ମାଟି ତଳେ ଫଶିଥିବା ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ସିୟାଜୁର ହସ୍‌ପିଟାଲରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି । ଆହତଙ୍କ ସଂଖ୍ୟା ବଢୁଥିବାରୁ ସ୍ବାସ୍ଥ୍ୟକର୍ମୀମାନେ ମେଡିକାଲ ବାହାରେ ମଧ୍ୟ ଲୋକଙ୍କ ଚିକିତ୍ସା କରୁଛନ୍ତି ।

Leave A Reply

Your email address will not be published.