TATA ର ହେବ ୩୦ ବର୍ଷ ପୁରୁଣା Bisleri

ନୂଆଦିଲ୍ଲୀ, ୨୪/୧୧: ଭାରତର ପ୍ରୁମଖ ପ୍ୟାକେଜ୍ ଓ୍ବାଟର କମ୍ପନୀ ବିସଲେରିକୁ କିଣିବ ଟାଟା। ଟାଟା କନଜ୍ୟୁମର ପ୍ରୋଡକ୍ଟସ ଲିମିଟେଡ(ଟିସିପିଏଲ) ପ୍ରାୟ ୬୦୦୦-୭୦୦୦ କୋଟିରେ ଏହାକୁ କିଣିବାକୁ ଯାଉଛି। ତେବେ ଟାଟା ବିସଲେରିକୁ କିଣିବା ପରେ ଆଗାମୀ ଦୁଇ ବର୍ଷ ଯାଏଁ ବର୍ତ୍ତମାନର ମ୍ୟାନେଜମେଣ୍ଟ କାମ କରିବ। ବିସଲେରୀ ଭାରର ସବୁଠୁ ବଡ଼ ପ୍ୟାକେଜ୍ ଓ୍ବାଟର କମ୍ପାନୀ ଅଟେ। ଟାଟାର ହେବ ବିସଲେରି। ଥମ୍ପସ ଅପ୍‌, ଗୋଲ୍ଡ ସ୍ପଟ ଲିମକାକୁ କୋକା-କୋଲାକୁ ବିକିବାର ପ୍ରାୟ ତିନି ଦଶନ୍ଧି ପରେ ରମେଶ ଚୌହାନ ବିସଲେରୀ ଇଣ୍ଟରନାସନାଲକୁ ଟାଟାକୁ ବିକ୍ରି କରିବାକୁ ଯାଉଛନ୍ତି। ୮୨ ବର୍ଷୀୟ ଚୌହାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ରହୁନଥିବା କାରଣରୁ ଏବଂ ତାଙ୍କର କମ୍ପାନୀର ବିସ୍ତାରକୁ ଆଗାମୀ ସ୍ତରକୁ ନେବା ପାଇଁ ତାଙ୍କ ପାଖରେ ଉତ୍ତରାଧିକାରୀ ନଥିବା କାରଣରୁ ଏହି ନିଷ୍ପତ୍ତି ନେଇଛନ୍ତି ରମେଶ ଚୌହାନ। ଚୌହାନ କହିଛନ୍ତି ଯେ ଝିଅ ଜୟନ୍ତିଙ୍କର କାରବାରରେ ରୁଚି ନାହିଁ ଫଳେର ସେ ଏହି ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.