ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହି ବସ୍‌, ଆରୋହୀ ମୃତ

ଜଗତସିଂହପୁର ୨୪।୧୧: ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହି ବସ୍‌ । ଜଗତସିଂହପୁର ଜିଲ୍ଲା ମୁଣ୍ଡାଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ବାଇକ ଆରୋହୀ ସ୍ଥାନୀୟ ଖଇରା ଗାଁର ବ୍ରଜେସ ରୋସନ ରାୟ ବୋଲି ଜଣାପଡିଛି । ସେପଟେ ଦୁର୍ଘଟଣା ଘଟାଇଥିବା ବସ ଚାଳକ ବସ ସହ ନାଉଗାଁ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଗ୍ରାମବାସୀ ମାନେ ମୁଣ୍ଡାଳ ଛକ ନିକଟରେ ରାସ୍ତାରୋକ କରିଛନ୍ତି । ସ୍ଥାନୀୟ ବାଲି ଭଉରୀ- ନାଉଗାଁ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ।

Leave A Reply

Your email address will not be published.