୭ଦିନରେ ୧୦୦କୋଟି  ଅତିକ୍ରମ କଲା ଅଜୟଙ୍କ ‘ଦୃଶ୍ୟମ-୨’, ଜାଣନ୍ତୁ ଏହାର କଲେକସନ୍‌

ମୁମ୍ଵାଇ ୨୫।୧୧: ବଲିଉଡ୍‌ର ସୁପରଷ୍ଟାର ଅଜୟ ଦେବଗନ। ତାଙ୍କ ଫିଲ୍ମ ‘ଦୃଶ୍ୟମ୍-୨’ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଫିଲ୍ମ ରିଲିଜ ହେବାର ୭ ଦିନ ମଧ୍ୟରେ ୧୦୦ କୋଟି ଅତିକ୍ରମ କରିଛି। ଏହି ରେକର୍ଡ ସହିତ ଅଜୟଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ‘ଦୃଶ୍ୟମ-୨’ ଚତୁର୍ଥ ଚଳଚ୍ଚିତ୍ର ହୋଇପାରିଛି। ଏଭଳି ପରିସ୍ଥିତିରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ରିଲିଜ୍ ହେବାର ଏକ ସପ୍ତାହ ମଧ୍ୟରେ ବକ୍ସ ଅଫିସରେ ୧୦୦ କୋଟିରୁ ଅଧିକ କଲେକସନ କରିଛି। ଅଜୟଙ୍କ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ‘ଦୃଶ୍ୟମ-୨’ ସପ୍ତାହ ପୂର୍ବରୁ ୧୦୦ କୋଟି ବ୍ୟବସାୟ କରିଥିବା ଫିଲ୍ମ ବିଷୟରେ ଚର୍ଚ୍ଚା ହେଉଛି। ଏଥିରେ ତିନୋଟି ବଡ ଚଳଚ୍ଚିତ୍ର ସାମିଲ୍‌ ହୋଇଛି। ୨୦୧୪ରେ ରିଲିଜ୍‌ ହୋଇଥିବା  ମସିହାରେ ମୁକ୍ତିଲାଭ କରିଥିବା ‘ସିଙ୍ଗହମ୍ ରିଟର୍ନସ୍’ ପ୍ରଥମ ସପ୍ତାହରେ ୧୦୦ ଅତିକ୍ରମ କରିଥିବା ପ୍ରଥମ ଚଳଚିତ୍ର ହୋଇଥିଲା। ଏହା ପରେ, ୨୦୧୭ରେ ଆସିଥିବା ଅଜୟଙ୍କ ‘ଗୋଲମାଲ୍ ରିଟର୍ଣ୍ଣସ୍‌’ ରିଲିଜ୍ ହେବାର ପ୍ରଥମ ସପ୍ତାହରେ ୧୩୬ କୋଟି ବକ୍ସ ଅଫିସ୍ କଲେକସନ୍‌ କରିଥିଲା ​​।

Leave A Reply

Your email address will not be published.