ଘରେ ପଶିଲା ଭାଲୁ, ଭୟରେ ଛାତ ଉପରେ ବସିଛନ୍ତି ପରିବାର

ନୂଆପଡା ୨୫/୧୧: ନୂଆପଡାରେ ମାତିଛି ଜଙ୍ଗଲୀ ଭାଲୁ । ଜଙ୍ଗଲରୁ ଭାଲୁ ଆସି ଘରେ ପଶିଯାଇଛି । ଫଳରେ ଭୟରେ ଛାତ ଉପରେ ଆଶ୍ରୟ ନେଇଛନ୍ତି ପରିବାର ଲୋକେ । ନୂଆପଡା ରେଞ୍ଜ ଗୋଡଫୁଲା ଗାଁରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଥାଉକି, ଗୋଡଫୁଲା ଗାଁର ଜଗନ୍ନାଥ ମାଝୀଙ୍କ ଘରେ ଭାଲୁ ପଶିଯାଇଛି । ତେବେ ଭାଲୁ ପଶିବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଘରେ ନରହି ଛାତ ଉପରେ ବସି ରହିଛନ୍ତି । ଏହାସହ ଆଖପାଖ ଲୋକ ବି ଭୟରେ ଅଛନ୍ତି । ଭାଲୁ କାହାର କିଛି କ୍ଷୟକ୍ଷତି ନକରୁ ବୋଲି ସମସ୍ତେ ଚାହୁଁଛନ୍ତି ।

Leave A Reply

Your email address will not be published.