ନିଆଁ ଲାଗି ଜଳିଗଲା ଘର, ୮ ପରିବାର ସର୍ବସ୍ୱାନ୍ତ

ଟାଙ୍ଗୀ ୨୫/୧୧: ନିଆଁ ଜଳିଗଲା ଘର । ଆଉ ଏଥିରେ ୮ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଉଜ୍ଜଳା-ଗୋପୀନାଥପୁର ଗାଁରେ ୫ଟି ପରିବାର ଏବଂ ବାଣପୁର ନିକଟସ୍ଥ ନୀଳାଦ୍ରିପ୍ରସାଦ ଗାଁରେ ୩ ଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ଟାଙ୍ଗୀ ନିକଟସ୍ଥ ଉଜ୍ଜଳା-ଗୋପୀନାଥପୁର ଗାଁରେ ନିଆଁ ଲାଗି ଯେଉଁ ୫ଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି ତାହା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଗ୍ନିକାଣ୍ଡ କରାଯାଇଛି ବୋଲି କ୍ଷତିଗ୍ରସ୍ତ ପରିବାର ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ କରାଯିବା ସହିତ ଜଣଙ୍କୁ ଅଟକ ରଖିଛି ପୋଲିସ । ଠିକ୍ ସେହିପରି ବାଣପୁର ନିକଟସ୍ଥ ନୀଳାଦ୍ରିପ୍ରସାଦ ଗାଁରେ ଯେଉଁ ଅଗ୍ନିକାଣ୍ଡ ଘଟିଛି ତାହା କିପରି ଘଟିଲା ସ୍ପଷ୍ଟ ହୋଇପାରିନାହିଁ । ଅନ୍ୟପଟରେ ନିଆଁଲାଗି କ୍ଷତିଗ୍ରସ୍ତ ପରିବାର ଗୁଡିକର ସର୍ବସ୍ୱ ଜଳିପୋଡି ପାଉଁଶ ହୋଇଯାଇ ଥିବାରୁ ସେମାନଙ୍କୁ ସରକାରୀ ଅନୁକମ୍ପାମୂଳକ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.