ବ୍ରିଟେନରେ ଏସୀୟ ଧନୀ ତାଲିକାରେ ଋଷି ସୁନକଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ:  ବ୍ରିଟିଶ ପ୍ରଧାନ ମନ୍ତ୍ରୀ  ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି। ଏସୀୟ ଧନୀ ବ୍ୟକ୍ତିଙ୍କ ସୂଚୀରେ ଶୀର୍ଷରେ ଅଛନ୍ତି ହିନ୍ଦୁଜା ପରିବାର। ୭୯୦ ମିଲିୟନ ପାଉଣ୍ଡ(ପାଖାପାଖି ୭୮, ୧୧, ୩୯, ୨୦, ୨୦୦ ଟଙ୍କା)ର ଆନୁମାନିକ ସଂପତ୍ତି ସହ ପ୍ରଧାନମନ୍ତ୍ରୀ ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ତାଲିକାରେ ୧୭ତମ ସ୍ଥାନରେ ରହିଛନ୍ତି। ଉଲ୍ଲେଖନୀୟ ଅକ୍ଷତାଙ୍କ ବାପା ହେଉଛନ୍ତି ଭାରତୀୟ ଆଇଟି କମ୍ପାନି ଇନଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି। ଚଳିତ ବର୍ଷ ତାଲିକାରେ ସାମିଲ୍ ଏସୀୟ ବିତ୍ତଶାଳୀଙ୍କ ମୋଟ୍ ସଂପତ୍ତିର ପରିମାଣ ୧୧୩.୨ ବିଲିୟନ ପାଉଣ୍ଡ। ଏ ସଂପତ୍ତି ଗତ ବର୍ଷ ତୁଳନାରେ ୧୩.୫ ବିଲିୟନ ପାଉଣ୍ଡ ଅଧିକ ରହିଛି। ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ୩୦.୫ ବିଲିୟନ ପାଉଣ୍ଡ ସହ ହିନ୍ଦୁଜା ପରିବାର କ୍ରମାଗତ ଅଷ୍ଟମ ଥର ଶୀର୍ଷରେ ଅଛନ୍ତି। ଗତ ବର୍ଷ ତୁଳନାରେ ଏଥର ହିନ୍ଦୁଜା ପରିବାରଙ୍କ ସଂପତ୍ତିରେ ୩ ବିଲିୟନ ପାଉଣ୍ଡ ବୃଦ୍ଧି ଘଟିଛି।

Leave A Reply

Your email address will not be published.