ଘନ କୁହୁଡି ବଳୟରେ ଜୟପୁର

ଜୟପୁର ୨୫/୧୧: ସାରା ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । ବିଭିନ୍ନ ସ୍ଥାନରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । ଜୟପୁରରେ ଦେଖିବାକୁ ମିଳିଛି ଘନ କୁହୁଡିର ଆସ୍ତରଣ । ଏବର୍ଷର ପ୍ରଥମ ଘନ କୁହୁଡି ନଜର ଆସିଛି । ଜିଲ୍ଲାକୁ ବିଳମ୍ବରେ ଶୀତ ଆସିବା ସହ କୁହୁଡି ମଧ୍ୟ ବିଳମ୍ବରେ ପଡିଛି । ଘନ କୁହୁଡି ଯୋଗୁଁ ଗାଡି ଚାଳକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଛି । ତେବେ ପ୍ରକୃତିର ଏହି ଅପୂର୍ବ ସୌନ୍ଦର୍ଯ୍ୟକୁ ପ୍ରାତଃ ଭ୍ରମଣକାରୀ ମନ ଭରି ଉପଭୋଗ କରିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.