ପୂଜା ସ୍ଥଳ ଅଧିନିୟମରେ ସଂଶୋଧନ କରିବେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ: ପୂଜା ସ୍ଥଳ ଅଧିନିୟମ, ୧୯୯୧ରେ ସଂଶୋଧନ କରିବେ କେନ୍ଦ୍ର ସରକାର। ଏହି ଆକ୍ଟ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ସୁପ୍ରିମକୋର୍ଟ ଦ୍ଵାରା ଡିସେମ୍ବର ୧୨ ତାରିଖ ନିର୍ଦ୍ଧାରିତ କରାଯାଇଛି। ଏହାକୁ ନେଇ ଗୁରୁବାର କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି, କୌଣସି ବି ଆଇନ ନ୍ୟାୟିକ ସମୀକ୍ଷାରୁ ଉପରେ ନାହିଁ। ସେ କହିଛନ୍ତି, ଅଯୋଧ୍ୟା ମାମଲାରେ ନିଷ୍ପତ୍ତି ପରେ ଆଉ କିଛି ମାମଲା ସାମ୍ନାକୁ ଆସିଛି ଏବଂ ୧୯୯୧ରେ ତିଆରି ହୋଇଥିବା ଆଇନକୁ ବି ଚ୍ୟାଲେଞ୍ଜ ଦିଆଯାଇଛି। ମୋତେ ଏହି ପ୍ରସଙ୍ଗରେ ସାର୍ବଜନୀନ ମଞ୍ଚରେ କହିବା ଉଚିତ୍ ହେବନି। ପୂଜା ସ୍ଥଳ ଅଧିନିୟମ ୧୯୯୧ ଆଇନ ଯାହା ୧୯୪୭ ଅଗଷ୍ଟ ୧୫ରେ ଅସ୍ଥିତ୍ଵ ଆସିଥିଲା, ସେହି ଅନୁସାରେ ଧାର୍ମକ ସ୍ଥଳକୁ ଗୋଟିଏ ଆସ୍ଥାରୁ ଅନ୍ୟ ଧର୍ମରେ ପରିବର୍ତ୍ତିନ କରିବା ଏବଂ କୌଣସି ସ୍ମାରକର ଧାର୍ମିକ ରକ୍ଷଣାବେକ୍ଷଣ ଉପରେ ରୋକ୍ ଲଗାଇଥାଏ। ତଥାପି ୧୯୯୧ ପୂର୍ବର ମାମଲାକୁ ନେଇ ଏବେ ବି କେସ୍ କରାଯାଉଥିବା ଶାହ କହିଛନ୍ତି। କେନ୍ଦ୍ରର ତତ୍କାଳୀନ ନରସିମାହ ରାଓ ସରକାର ୧୯୯୧ ଜୁଲାଇ ୧୧ରେ ପୂଜାସ୍ଥଳ ଅଧିନିୟମ ୧୯୯୧ ଲାଗୁ କରିଥିଲେ। କଣ ସରକାର ପୂଜା ସ୍ଥଳ ଅଧିନିୟମରେ ସଂଶୋଧନ କରିବେ। ଏହା ଉପରେ କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି, ଅଦାଲତ କେନ୍ଦ୍ର ସରକାରଙ୍କୁ ଏହା ଉପରେ ନୋଟିସ୍ ଜାରି କରିଛନ୍ତି ଏବଂ ଏହି ବିଷୟରେ  ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛନ୍ତି। ତେବେ ଅମିତ୍ ଶାହଙ୍କ ଉପରୋକ୍ତ ବୟାନରୁ କେନ୍ଦ୍ର ସରକାରଙ୍କ ଏହି ଆକ୍ଟ ଉପରେ କଣ ଆଭିମୁଖ୍ୟ ରହିଛି ତାର ସାଙ୍କେତିକ ଝଲକ ଦେଖିବାକୁ ମିଳିଛି। ଅର୍ଥାତ ସରକାର ପୂଜା ସ୍ଥଳ ଅଧିନିୟମ, ୧୯୯୧ରେ ସଂଶୋଧନ କରି ପାରନ୍ତି।

Leave A Reply

Your email address will not be published.