ଖସୁଛି ପାରଦ ବଢୁଛି ଶୀତ

କରଞ୍ଜିଆ: ଖସୁଛି ପାରଦ ବଢୁଛି ଶୀତ। ମୟୂରରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ଶୀତର ଲହରୀ ସାଙ୍ଗକୁ ଆଖପାଖ ଅଞ୍ଚଳରେ ଧଳା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଶିମିଳିପାଳ ନଅଣା ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ରାମତୀର୍ଥରେ ୧୩ ଡିଗ୍ରୀ ଓ ଉପରବାର୍ହାକାମୁଡ଼ାରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଉଁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.