EDରେ ହାଜର ହେବ ଅର୍ଚ୍ଚନା ନାଗ୍‌ ଡ୍ରାଇଭର, ଶ୍ରଦ୍ଧାଞ୍ଜଳୀ-ଚନ୍ଦନଙ୍କୁ ହୋଇପାରେ ମୁହାଁମୁହିଁ ଜେରା

ଭୁବନେଶ୍ୱର ୨୫/୧୧: ଆଜି EDରେ ହାଜର ହେବେ ଅର୍ଚ୍ଚନା ନାଗ୍‌ ଡ୍ରାଇଭର ଚନ୍ଦନ । ତାଙ୍କୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚନ୍ଦନ ଅର୍ଚ୍ଚନାଙ୍କୁ ନେଇ କେଉଁ ଆଡେ ଯାଉଥିଲେ? ଅର୍ଚନାଙ୍କ ସହ ଆଉ କିଏ କିଏ ଭେଟ ହୋଇଥିଲେ ସେ ନେଇ ପଚରା ଉଚୁରା କରିବ ED । ତେବେ ଶ୍ରଦ୍ଧାଞ୍ଜଳୀଙ୍କ ସହ ଚନ୍ଦନଙ୍କ ମୁହାଁ ମୁହିଁ ଜେରା କରିପାରେ ଇଡି । ସୂଚନା ଥାଉକି, ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଆଜି ଦ୍ୱିତୀୟ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ପ୍ରଥମ ଦିନ ଇଡିର ଅଧିକାରୀ ଶ୍ରଦ୍ଧାଞ୍ଜଳିଙ୍କୁ ଦୀର୍ଘ ୧୪ ଘଣ୍ଟା ଧରି ଜେରା କରିଥିଲେ । ଏହି ସମୟରେ ସେ ଏହି ହାଇ ପ୍ରୋଫାଇଲ୍ ମାମଲାରେ ଅନେକ ଗୁମର ଖୋଲିଥିବା କୁହାଯାଉଛି । ସୂଚନାଯୋଗ୍ୟ ଗୁରୁବାର ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ତଥା କାର୍‌-ସୋ ରୁମ୍‌ ମାଲିକ ଗଙ୍ଗାଧର ସାମଲ ଇଡିରେ ହାଜର ହୋଇଥିଲେ । ତାଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଥିଲା । ଅର୍ଚ୍ଚନା ମାମଲା ଇଡି ନେଲା ପରେ ଆର୍ଥିକ କାରବାର ନେଇ ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ଜଣାପଡ଼ିଥିଲା ଅର୍ଚ୍ଚନାର ଆକାଉଣ୍ଟକୁ ‘ଏମ୍‌ପିୟର ପ୍ରେଷ୍ଟିଜ୍‌’ ଆକାଉଣ୍ଟକୁ ୩୦ ଲକ୍ଷରୁ ଅଧିକ ଟଙ୍କା ଆସିଛି । ଯାଞ୍ଚ ସମୟରେ ଜଣାପଡ଼ିଥିଲା ‘ଏମ୍‌ପିୟର ପ୍ରେଷ୍ଟିଜ୍‌’ ମାଲିକ ହେଉଛନ୍ତି ଗଙ୍ଗାଧର ସାମଲ । ଏଣୁ ଇଡି ଗତ ସପ୍ତାହରେ ଗଙ୍ଗାଧରଙ୍କୁ ନୋଟିସ୍‌ କରିଥିଲା ।

Leave A Reply

Your email address will not be published.