ସୈଫ୍‌ଙ୍କ ପୁଅ ଇବ୍ରାହିମ୍‌ଙ୍କ ବଲିଉଡ୍‌ ଡେବ୍ୟୁ, କାଜୋଲ୍‌ଙ୍କ ସହ କରିବେ ଧମାଲ

ମୁମ୍ଵାଇ ୨୮।୧୧: ବଲିଉଡ୍‌ରେ ଏବେ ଷ୍ଟାରକିଡ୍‌ଙ୍କ ପାଳି। ସମସ୍ତେ ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ସୈଫ ଅଲି ଖାନଙ୍କ ପୁଅ ଏବଂ ସାରା ଅଲି ଖାନଙ୍କ ଭାଇ ଇବ୍ରାହିମ ଅଲି ଖାନ ଫିଲ୍ମରେ ଏଣ୍ଟ୍ରି କରିଛନ୍ତି । ଏହି ଚଳଚ୍ଚିତ୍ର ନିର୍ମାଣ କରିବେ କରଣ ଜୋହର । ଏଥି ସହିତ ବୋମାନ ଇରାନୀଙ୍କ ପୁଅ କାୟୋଜ ଇରାନୀ ଏହାର ନିର୍ଦ୍ଦେଶକ ହେବେ। କୁହାଯାଉଛି ଯେ ଅଭିନେତ୍ରୀ କାଜୋଲ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ହୋଇପାରନ୍ତି। ଇ-ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ ଇବ୍ରାହିମ ଅଲି ଖାନଙ୍କ ଫିଲ୍ମରେ କାଜୋଲଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ହେଲେ ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। କିନ୍ତୁ ଏହାର କାହାଣୀ କାଶ୍ମୀର ଆତଙ୍କବାଦକୁ ନେଇ ଆଧାରିତ । ଏହା ଆସନ୍ତା ବର୍ଷ ଫ୍ଲୋରକୁ ଆସିବ।

Leave A Reply

Your email address will not be published.