ଆମେରିକାରେ ପ୍ଲେନ୍ କ୍ରାସ୍

ନୂଆଦିଲ୍ଲୀ: ଆମେରିକାରେ ପ୍ଲେନ୍ କ୍ରାସ୍ । ମଣ୍ଟଗୋମେରୀ କାଉଣ୍ଟ ସହରରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସହର ମଧ୍ୟ ଦେଇ ଯାଇଥିବା ଉଚ୍ଚ କ୍ଷମତା ସଂପନ୍ନ ବିଜୁଳି ତାରରେ ଲଗି ବିମାନ ଦୁର୍ଘଗଣାଗ୍ରସ୍ତ ହୋଇଛି । ତେବେ ଏଥିରେ କ୍ଷୟକ୍ଷତି ସୂଚନା ଏଯାଏ ମିଳିନାହିଁ । ସୂଚନା ଅନୁଯାୟୀ,  ଆମେରିକାର ପୂର୍ବ-ଦକ୍ଷିଣ କ୍ଷେତ୍ର ମଣ୍ଟଗୋମେରୀ କାଉଣ୍ଟ ସହରରେ ଦୁର୍ଘଟଣାଗ୍ରସ୍ତ ହୋଉଛି ବିମାନ । ଉଡାଣ ଭରିବାର ମାତ୍ର କିଛି ସମୟ ଭିତରେ ବିମାନ ବିଜୁଳି ତାର ସଂସ୍ପର୍ଶରେ ଆସିଥିଲା । ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ୍ ତାରରେ ଲାଗି ବିମାନ ଖସିପଡ଼ିଥିଲା । ତେବେ ଏହି ଦୁର୍ଘଟଣାରେ କ୍ଷୟକ୍ଷତିର କୌଣସି ସଠିକ୍ ତଥ୍ଯ ମାଳିପାରିନାହିଁ । ଅନ୍ଯପଟେ ବିଜୁଳି ତାର ଛିଡ଼ିବା ଫଳରେ ୧ଲକ୍ଷରୁ ଅଧିକ ପରିବାରକୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି ।

Leave A Reply

Your email address will not be published.